କ୍ୟାଡରଙ୍କ ଉତ୍ସାହ ବଢ଼ାଇବାକୁ ବିଜେପିର କାର୍ଯ୍ୟକାରିଣୀ : ବିଜେଡି

0 69

ଭୁବନେଶ୍ୱର,୨୨ା୧(ଡିକେ ନୁ୍ୟଜ): ୨୦୨୪ ନିର୍ବାଚନକୁ ନେଇ ଏବେ ସବୁ ଦଳ ତତ୍ପର ହୋଇଉଠିଛନ୍ତି । ସଂଗଠନକୁ କିପରି ମଜଭୂତ କରାଯିବ ସେଥିନେଇ ଦଳ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ କରାଯାଉଛି । ଏହି କ୍ରମରେ ଆଜି ବିଜେପିର ରାଜ୍ୟ ପଦାଧିକାରୀ ବୈଠକ ଓ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକାରିଣୀ ବୈଠକ କେବଳ କର୍ମୀଙ୍କ ମନରେ ଉତ୍ସାହ ଆଣିବା ପାଇଁ ବିଜେପି କରିଛି ବୋଲି ବିଜେଡ଼ି ଅଭିଯୋଗ ଆଣିଛି । ଦଳ ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି ୨୦୧୯ରେ ବିଜେପି ୧୨୦ ମିଶନ କଥା କହିଥିଲା । ସେହି ୧୨୦ ମିଶନ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ନେତା କେବଳ ଭାଷଣ ଦିଅନ୍ତି, ଲୋକଙ୍କୁ ମିଛ କୁହନ୍ତି ବୋଲି ସେ କହିବା ସହିତ ରାଜ୍ୟବାସୀଙ୍କ ଦ୍ୱାରା ଦଳ ବାରମ୍ବାର ପ୍ରତ୍ୟାଖ୍ୟାତ ହୋଇଛି । ରାଜ୍ୟରୁ ୮ଜଣ ବିଜେପି ସାଂସଦ ନିର୍ବାଚିତ ହୋଇଛନ୍ତି । ସେମାନଙ୍କୁ ଏବେ ଓଡ଼ିଶାବାସୀ ପ୍ରଶ୍ନ କରିବେ ଯେ, ସେମାନେ କଣ ଗରିବ ଲୋକଙ୍କ ଘର କାଟିବାକୁ ନିର୍ବାଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମୀଣ କଲ୍ୟାଣ ଅନ୍ନ ଯୋଜନାରେ ·ଉଳ ବନ୍ଦ କରି ୩ କୋଟି ୨୫ ଲକ୍ଷ ଲୋକଙ୍କ ପେଟରେ ଲାତ ମାରିଛି କେନ୍ଦ୍ରର ବିଜେପି ସରକାର । ଏ ସମ୍ପର୍କରେ ରାଜ୍ୟ ବିଜେପି କେବେ ଚର୍ଚ୍ଚା କରିନି । ବିଜେପି ସାଂସଦ ଲୋକଙ୍କ ସମସ୍ୟା ସହିତ ନାହାନ୍ତି ବୋଲି ଲେନିନ ଅଭିଯୋଗ କରିଛନ୍ତି । ଦୁର୍ବଳ ଓ ହତାଶ କ୍ୟାଡରଙ୍କ ମନରେ ଉତ୍ସାହ ଭରିବା ପାଇଁ କାର୍ଯ୍ୟକାରିଣୀ ବୈଠକ କରାଯାଇଛି ବୋଲି ବିଜେଡି କହିଛି । ୨୦୨୪ ନିର୍ବାଚନକୁ ନେଇ ଏବେ ସବୁ ଦଳର ଫୋକସରେ ସଂଗଠନ । ବିଜେପିର ରାଜ୍ୟ ପଦାଧିକାରୀ ବୈଠକ ଓ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିବା ବେଳେ ବିଜେଡ଼ି ପକ୍ଷରୁ ପ୍ରତି ନିର୍ବଚାନ ମଣ୍ଡଳୀରେ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ସେହିପରି କଂଗ୍ରେସ ଭାରତଯୋଡ଼ ପରେ ଭାରତ ହାତଯୋଡ଼ କାର୍ଯ୍ୟକ୍ରମ କରିବାକୁ ସ୍ଥିର କରିଛି ।

Leave A Reply

Your email address will not be published.