୧୨୬ତମ ଜୟନ୍ତୀରେ ନବୀନଙ୍କ ଶ୍ରଦ୍ଧାଞ୍ଜଳି, ନେତାଜୀଙ୍କ ଆତ୍ମବିଶ୍ୱାସ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ

0 121

କଟକ, ୨୩ା୧(ଡିକେ ନୁ୍ୟଜ): ନେତାଜୀଙ୍କ ୧୨୬ତମ ଜୟନ୍ତୀ ଅବସରରେ କଟକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଆଜି ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟରେ ପହଞ୍ଚି ସଂଗ୍ରହାଳୟରେ ପତାକା ଉତ୍ତୋଳନ କରିବା ସହ ସଂଗ୍ରହାଳୟ ପରିସର ବୁଲି ଦେଖିଥିଲେ । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ମହାନ ବୀର ସ୍ୱାଧୀନତା ସଂଗ୍ରାମୀ, ଭାରତ ମାତାର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି । ଦେଶ ପ୍ରତି ତାଙ୍କର ଅମାପ ସମର୍ପଣ ଭାବ, ଅନନ୍ୟ ବି·ରଧାରା, ଦୃଢ଼ ଆତ୍ମବିଶ୍ୱାସ ଓ ପରାକ୍ରମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ଉଲ୍ଲେଖଯୋଗ୍ୟ, ନେତାଜୀଙ୍କ ଫରୱାର୍ଡ
ବ୍ଲକର ଗୁପ୍ତ ବୈଠକର ମୂକସାକ୍ଷୀ ହେଉଛି ନେତାଜୀ ସଂଗ୍ରହାଳୟ । ରମାବଲ୍ଲଭ ରୋଡରେ ଥିବା ଜାନକୀନାଥ ଭବନରେ ନେତାଜୀ ସୁଭାଷ ବୋଷଙ୍କର ଅନେକ ସ୍ମୃତି ଜଡ଼ିତ ରହିଛି । ସୁଭାଷ ଚନ୍ଦ୍ର ବୋଷଙ୍କ ବାପା ଜାନକୀନାଥ ବୋଷ କଟକରେ ରହୁଥିବା ବେଳେ ୧୯୧୬ ମସିହାରେ ଶାରଦା ଦେବୀ ରୋଡରେ ଲିଜ୍ ସୂତ୍ରରେ ୦.୪୩୪ ଏକର ଜମି ପାଇଥିଲେ । ତେଣୁ ଏଠାରେ ମଧ୍ୟ କଟକ ସଦୃଶ ଦୁଇ ମହଲା କୋଠା ନିର୍ମାଣ କରିଥିଲେ । ପୁରୀ ଆସିଲେ ଜାନକୀନାଥଙ୍କ ସମଗ୍ର ପରିବାର ଏଠାରେ ଅବସ୍ଥାନ କରୁଥିଲେ । ୧୯୩୮ରେ ଜାନକୀନାଥ ବୋଷଙ୍କ ମୃତ୍ୟୁ ପରେ ନେତାଜୀଙ୍କ ନାମରେ ଏହା ୧୯୪୬ ମସିହାରେ ପୁଣି ଲିଜ୍ ଦିଆଯାଇଥିଲା । ତେଣୁ ନେତାଜୀ ପୁରୀ ଆସୁଥିବା ବେଳେ
ଏହି କୋଠାରେ ଫରୱାର୍ଡ ବ୍ଲକର ଗୁପ୍ତ ବୈଠକ କରାଉଥିବା ସ୍ୱାଧୀନତା ସଂଗ୍ରାମୀମାନେ କହିଥିଲେ । ତେଣୁ ଦେଶର ଏହି ଅଦ୍ୱିତୀୟ ବୀର ସନ୍ତାନଙ୍କର ଘରକୁ ସ୍ମୃତିପୀଠ ଭାବେ ଘୋଷଣା କରାଯାଇ ସଂଗ୍ରହାଳୟ କରାଯାଇଛି । ଏଥିସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ଖାଲି ଆମ ରାଜ୍ୟ ନୁହେଁ ସାରା ଦେଶ ଆଜି ଏହି ମହାମାନବଙ୍କ ପାଇଁ ପରାକ୍ରମ ଦିବସ ପାଳନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଏହି ଯୋଗଜନ୍ମାଙ୍କ ସ୍ମୃତିଚାରଣ କରିଥିଲେ । ଦୁର୍ବିପାକ ଓ ପରିଚାଳନାରେ ଓଡ଼ିଶା ଦେଶରେ ଅଗ୍ରଣୀ । ଓସ୍ଡମାର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୁଭାଷ ଚନ୍ଦ୍ର ଆପଦା ପ୍ରଭଞ୍ଜନ ପୁରସ୍କାର ପାଇଁ ମନୋନିତ ହୋଇଛି ।

Leave A Reply

Your email address will not be published.