ଆଉ ବାର ଦୁଆର ହେବେନି ପେନସନଭୋଗୀ ଚାକିରି ଶେଷ ଦିନରେ ମିଳିବ ପିପିଓ

0 81

ଭୁବନେଶ୍ୱର, ୨୩ା୧ (ଡିକେ ନୁ୍ୟଜ୍): ପେନସନ୍ ଯୋଜନାର ସରଳୀକରଣ ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଚାକିରିର ଶେଷଦିନରେ ଯେପରି ପେନସନ୍ ଦେୟ ଆଦେଶ(ପିପିଓ) ମିଳିବ ସେଥିନେଇ ସରକାର ଅଣ୍ଟା ଭିଡିଛନ୍ତି । ପେନସନ୍ଧାରୀଙ୍କ ଅଭିଯୋଗର ଫୈସଲା ଯୁଦ୍ଧକାଳିନ ଭିତ୍ତିରେ କରାଯିବ । ଚାକିରି ଶେଷ ପରେ ଆଉ ମାଲକାନଗିରି, କୋରାପୁଟ ବା ପୁରୀ କି ଯାଜପୁରରୁ ଭୁବନେଶ୍ୱରକୁ ଦୌଡ଼ିବାକୁ ପଡ଼ିବନି । ଜିଲ୍ଲାସ୍ତରରେ ବି ପଡ଼ିରହିବନି ପେନସନ୍ ଆବେଦନର ସମସ୍ୟା । ଚାକିରି ଶେଷଦିନ ଯେଭଳି ପିପିଓ ମିଳିବ ସେଥିପାଇଁ ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ତାଗିଦ୍ କରିଛନ୍ତି । ଜିଲ୍ଲାସ୍ତରରେ ପେନସନ୍ ମଞ୍ଜୁର କର୍ତ୍ତୃପକ୍ଷଙ୍କୁ ପ୍ରଶିକ୍ଷଣ ଦେବା ଅବସରରେ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଏଥିପାଇଁ ଜିଲ୍ଲାପାଳ ଓ ଅଧିକାରୀମାନଙ୍କୁ ଦିଆଯାଇଛି ନିଦେ୍ର୍ଦଶ । ତୁରନ୍ତ ପେନସନ୍ ଅଭିଯୋଗ ଫୈସଲା ପାଇଁ ମଞ୍ଜୁରଭିତ୍ତିକ ଅଦାଲତ ଓ ପୋର୍ଟାଲ ଏଚ୍ଟିଟିପି:/ପେନସନ୍. ଏଚ୍ଆରଏମ୍ଏସ୍. ଜିଓଭି. ଇନ୍ କାର୍ଯ୍ୟକ୍ଷମ କରାଯାଇଛି । ଶେଷ ତାରିଖ ରହିଛି ଫେବୃଆରୀ ୨୦ । ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରରେ ଯେଉଁ ପେନ୍ସନ୍ ଅଭିଯୋଗ ଆସିବ ତାକୁ ସମ୍ପୃକ୍ତ ଅଧିକାରୀ ତୁରନ୍ତ
ଫୈସଲା କରିବେ । କୌଣସି ସମସ୍ୟା କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ନେଇ ଫୈସଲା କରିପାରିବେ । ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅକ୍ଟୋବର ୩୧ରେ ଜାରି ନିଦେ୍ର୍ଦଶନାମାକୁ କେତେକ ବିଭାଗ ସଠିକ୍ କାର୍ଯ୍ୟକାରୀ କରିନଥିବାରୁ ଅଭିଯୋଗ ତାଲିକା ଲମ୍ବି ଚାଲିଛି । ସେପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ନିୟମରେ ବ୍ୟତିକ୍ରମ ଦେଖାଗଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ତାଗିଦ୍ କରିଛନ୍ତି ।

Leave A Reply

Your email address will not be published.