୨୦୨୪ ନିର୍ବାଚନରେ ବିଜେଡି ମାରିବ ବାଜିମାତ୍, ସଂକଳ୍ପ ନେଲେ ଦଳୀୟ ନେତା ଓ କର୍ମୀ

0 69

କଟକ,୨୩ା୧(ଡିକେ ନୁ୍ୟଜ): ୨୦୨୪ ନିର୍ବାଚନରେ କଟକ ବାରବାଟୀ ନିର୍ବାଚନମଣ୍ଡଳୀରେ ବିଜେଡି ମାରିବ ବାଜି । ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । କଟକ ଖ୍ରୀଷ୍ଟିଆନ ପଡ଼ିଆରେ ଆୟୋଜିତ ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏପରି ସଂକଳ୍ପ ନେଇଛି ବିଜେଡି । ଗତ ପୌର ନିର୍ବାଚନ ସମୟରେ ବିଜେଡି ବାରବାଟୀରେ ଦେଖାଇଥିଲା ଦମ୍ଭ । ୨୮ଟି କର୍ପୋରେଟର ଜିତିବା ସହ ମେୟର ସୁବାସ ସିଂ ମଧ୍ୟ ବିପୁଳ ଭୋଟ ବ୍ୟବଧାନରେ ଜିତିଥିଲେ । କଟକର ବିକାଶ ଦିଗରେ ରାଜ୍ୟ ସରକାର ଯେଉଁ ତତ୍ପରତା ଦେଖାଉଛନ୍ତି, ତାକୁ କଟକବାସୀ ପ୍ରଶଂସା କରିଛନ୍ତି । ଏସସିବି ମେଡିକାଲ ସମ୍ପ୍ରସାରଣ ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜାରି ରହିଛି । କଟକରେ ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଆଦି ସବୁ ଦିଗକୁ ନୂଆରୂପ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି ।

Leave A Reply

Your email address will not be published.