ଚୀନକୁ ଚ୍ୟାଲେଞ୍ଜ, ନୌସେନାରେ ସାମିଲ ହେଲା “ଭାଗିର

0 89

ନୂଅ ।ଦିଲ୍ଲୀ : ସମୁଦ୍ରରେ ବଢ଼ିଲା ଭାରତର ଶକ୍ତି । ଅଗାଧ ସମୁଦ୍ରରେ ଶତ୍ରୁ ଉପରେ ପ୍ରହାର କରିବାକୁ ସକ୍ଷମ ଥିବା ବୁଡା ଜାହଜ ଆଇଏନ୍ଏସ୍ ଭାଗୀର ୨୩ ତାରିଖ ସୋମବାର ଭାରତୀୟ ନୌସେନାରେ ସାମିଲ ହୋଇଛି । ଏହାକୁ ଦେଖି ଉଡିଛି ପାକିସ୍ତାନ ଓ ଚୀନର ହୋସ୍ । ଅଧିକ ଶକ୍ତିଶାଳୀ ହେଲା ନୌସେନା । ମୁମ୍ବାଇ ନାଭାଲ୍ ଡକୟାର୍ଡରେ ନୌସେନା ମୁଖ୍ୟ ଅ ।ଡମିରାଲ୍ ଅ ।ର. ହରି କୁମାରଙ୍କ ଉପସ୍ଥିତିରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ଏହି ବୁଡା ଜାହାଜ ସମ୍ପୂର୍ଣ୍ଣ ରୂପେ ଭାରତରେ ପ୍ରସ୍ତୁତ ହୋଇଛି । କାଲଭାରି ଶ୍ରେଣୀର ବୁଡ଼ା ଜାହାଜ ଆଇଏନ୍ଏସ୍ ଭାଗିର । ଅ ।ଗରୁ ଏହି ଶ୍ରେଣୀର ୪ ଜାହାଜ ନୌସେନାରେ ସାମିଲ ହୋଇସାରିଛି । ଆଇଏନ୍ଏସ୍ ଭାଗିର ଲମ୍ବ ୬୭ ମିଟର ଓ ଉଚ୍ଚତା ୨୧ ମିଟର । ସମୁଦ୍ରରେ ଘଣ୍ଟା ପ୍ରତି ୨୦ କିମି ଓ ପାଣି ଭିତରେ ଘଣ୍ଟାପ୍ରତି ୪୦ କିମି ବେଗରେ ଗତି କରିବା କ୍ଷମତା ରଖିଛି । ସ୍ୱତନ୍ତ୍ର ଅପରେସନ୍ ପାଇଁ ସାମୁଦ୍ରିକ କମାଣ୍ଡୋଲ କରିବା କ୍ଷମତା ବି ରହିଛି । ଗତ ଦୁଇ ବର୍ଷ ଭିତରେ ତୃତୀୟ ବୁଡ଼ା ଜାହାଜ ଭାବରେ ଭାରତୀୟ ନୌସେନାରେ ସାମିଲ ହୋଇଛି ଭାଗିର । ଫ୍ରାନ୍ସର ନାଭାଲ୍ ଗ୍ରୁପ ସହାୟତାରେ ମୁମ୍ବାଇର ମାଜାଗନ୍ ଡକ୍ ସିପ୍ ବିଲଡର୍ସ ଲିମିଟେଡ୍ ଦ୍ୱାରା ଭାରତରେ ନିର୍ମାଣ ହୋଇଛି କାଲଭାରୀ ଶ୍ରେଣୀର ଏହି ବୁଡ଼ା ଜାହାଜ । ଆଇଏନ୍ଏସ୍ ଭାଗିର ଦ୍ୱାରା ଗୁଇନ୍ଦା ତଥ୍ୟ ସଂଗ୍ରହ, ସମୁଦ୍ରରେ ଲାଣ୍ଡମାଇନ୍ ଲଗାଇବା ଓ ତଦାରଖ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ । ଏହାକୁ ଉଭୟ ଉପକୂଳ ଓ ସମୁଦ୍ର ମଧ୍ୟଭାଗରେ ନିୟୋଜିତ କରାଯାଇ ପାରିବ । ଭାରତ ମହାସାଗରରେ ଚୀନର ଉପସ୍ଥିତି ବଢୁଥିବା ବେଳେ ଆଇଏନ୍ଏସ୍ଭା ଗିର ସାମିଲ ଭାରତ ପାଇଁ ବଡ଼ ଉପଲବ୍ଧିବୋଲି କୁହାଯାଇଛି ।

Leave A Reply

Your email address will not be published.