କନଷ୍ଟେବଳ ନିଯୁକ୍ତି ବୟସସୀମା କୋହଳ

0 91

♦ ଆବେଦନ ଶେଷ ତାରିଖ ଫେବୃଆରୀ ୧୦
♦ ଫେବୃଆରୀ ୨୦ରେ ପରୀକ୍ଷା ପାଇଁ ନିର୍ଦ୍ଦେଶ
♦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଶାୟୀ
♦ ଥରକ ପାଇଁ ବୟସସୀମା ୪ ବର୍ଷ ବୃଦ୍ଧି
ଭୁବନେଶ୍ୱର, ୨୪ା୧(ଡିକେ ନ୍ୟୁଜ): ଆଜି ଓଡ଼ିଶା ହାଇକୋର୍ଟ ପକ୍ଷରୁ କନଷ୍ଟେବଳ ନିଯୁକ୍ତି ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରାଯାଇଛି । ଏଥିରେ କନଷ୍ଟେବଳ ନିଯୁକ୍ତି ବୟସ ସୀମାରେ ୪ ବର୍ଷ କୋହଳ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି କନଷ୍ଟେବଳ ନିଯୁକ୍ତି ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି । ୨୦୨୨ ଡିସେମ୍ବର ୩୦ରେ ପ୍ରକାଶିତ ବିଜ୍ଞାପନକୁ ନେଇ ଓଡ଼ିଶା ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି । ଏହି ରାୟରେ କନଷ୍ଟେବଳ ପଦବୀ ପାଇଁ ଆବେଦନକାରୀଙ୍କ ବୟସ ସୀମା ୪ ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଥରକ ପାଇଁ ବୟସସମୀ ୪ ବର୍ଷ କୋହଳ କରାଯିବା ନେଇ ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ପାଇଁ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ କନଷ୍ଟେବଳ ପରୀକ୍ଷା ହୋଇନଥିବାରୁ ବୟସ ସୀମାରେ କୋହଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଦର୍ଶାଇଛନ୍ତି । କନଷ୍ଟେବଳ ପଦବୀ ପାଇଁ ଆଗକୁ ବୟସ ସୀମାରେ କୋହଳ ହୋଇପାରିବ ନାହିଁ ବୋଲି ରାୟରେ ପ୍ରକାଶ କରାଯାଇଛି । ଏହାସହିତ ଆବେଦନ ଶେଷ ତାରିଖଙ୍କ ଜାନୁଆରୀ ୨୧ ବଦଳରେ ଫେବୃଆରୀ ୧୦କୁ ବୃଦ୍ଧି କରାଯାଇଛି । ଫେବୃଆରୀ ୨୦ ତାରିଖରେ ପରୀକ୍ଷା ପାଇଁ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ବୟସ କୋହଳ ପାଇଁ ଆଶାୟୀମାନେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ୍ ଆଦିତ୍ୟ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ୨୦୧୮ରୁ ୨୦୨୨ ଚାରିବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ହୋଇନଥିବାରୁ ସବୁ ବର୍ଗରେ ଚାରିବର୍ଷ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଚଳିତ ବିଜ୍ଞପ୍ତି ପାଇଁ ବୟସସୀମା ବୃଦ୍ଧି କାର୍ଯ୍ୟକାରୀ ହେବ ବୋଲି ରାୟରେ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.