ଆଜି ତୀର୍ଥ ଯାତ୍ରା କରିବେ ୭ ଜିଲ୍ଲାର ୯୭୦ ବରିଷ୍ଠ ନାଗରିକ

0 81

ବରିଷ୍ଠ ନାଗରିକଙ୍କ ଆଶା ପୂରଣ କରୁଛନ୍ତି ରାଜ୍ୟ ସରକାର । ଆଜି ହେବ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ । ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ତୀର୍ଥ ଯାତ୍ରାରେ ଯାଉଛନ୍ତି ୯୭୦ ଜଣ । କିଛି ସମୟ ପରେ ତୀର୍ଥଯାତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନରେ ଆହ୍ଲାବାଦ ଓ ବାରଣାସୀ ଅଭିମୁଖେ ଯାତ୍ରା କରିବେ । ସେମାନଙ୍କ ମଧ୍ୟରେ ରହିଛନ୍ତି ୭ ଜିଲ୍ଲାର ୯୭୦ ଜଣ ବରିଷ୍ଠ ନାଗରିକ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାର ବରିଷ୍ଠ ନାଗରିକ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ନେବେ । ରାଜ୍ୟ ସରକାରଙ୍କ ପକ୍ଷରୁ ତୀର୍ଥଯାତ୍ରୀଙ୍କୁ ଆବଶ୍ୟକ କିଟ୍ ଯୋଗାଇ ଦିଆଯାଇଛି । ଆବଶ୍ୟକ ସୁବିଧା ସହ ଗାଇଡ୍ ବନ୍ଦୋବସ୍ତ ମଧ୍ୟ କରାଯାଇଛି ।

Leave A Reply

Your email address will not be published.