ଭୁବନେଶ୍ୱର, ୨୭ା୧(ଡିକେ ନ୍ୟୁଜ): ପୁଣି ଲୋକପ୍ରିୟତା ମୁଖ୍ୟମନ୍ତ୍ରୀ ଶୀର୍ଷରେ ନବୀନ ପଟ୍ଟନାୟକ । ତାଙ୍କର ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ପାଇଁ ସେ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି । କେବଳ ରାଜ୍ୟ ପାଇଁ ନୁହେଁ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦେଶ ହିତକାରୀ ପ୍ରସଙ୍ଗରେ ଉଚିତ୍ ଦାୟିତ୍ୱ ନିର୍ବାହ କରି ସେ ଜାତୀୟ ସ୍ତରରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର
ପରିଚୟ ସୃଷ୍ଟି କରିପାରିଛନ୍ତି । ଫଳରେ ରାଜ୍ୟର ଜନସାଧାରଣ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ପ୍ରତି ନିଜର ଆସ୍ଥା ଓ ବିଶ୍ୱାସ ଅତୁଟ ରଖିଛନ୍ତି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା \”ମୁଡ୍ ଅଫ୍ ଦ ନେସନ୍\’ ସର୍ଭେରେ ନବୀନ ହେଉଛନ୍ତି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ । ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଢେର ପଛରେ ପକାଇ ନିଜ ରାଜ୍ୟରେ ନବୀନ ହେଉଛନ୍ତି ସବୁଠୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା \”ମୁଡ୍ ଅଫ୍ ଦ ନେସନ୍\’ ସର୍ଭେକ୍ଷଣରେ ରାଜ୍ୟୱାରୀ ଲୋକପ୍ରିୟତା ଆଧାରରେ ଓଡ଼ିଶାର ୭୩.୨ ପ୍ରତିଶତ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି । ତାଙ୍କ ପଛକୁ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (୬୯.୨%) । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା (୬୮.୩%) ରେଟିଂ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ବିକାଶର ନୂଆ ଧାରାରେ ସାମିଲ ହୋଇଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍ଦର୍ଶନ, ଦୂରଦୃଷ୍ଟି ଏବଂ ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ସେ ରାଜ୍ୟବାସୀଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି । ଝଡ଼ି, ବଢ଼ି ଓ କୋଭିଡ୍ ବେଳେ ଉତ୍ତମ ପରିଚାଳନା ତାଙ୍କୁ ଦେଶରେ ନମ୍ବର ୱାନ୍ କରିଥିଲା । ରାଷ୍ଟ୍ର ହିତରେ ସେ ରୋଲ ମଡେଲ୍ ଏବଂ ଓଡ଼ିଶା ରାଜନୀତିର ଅପ୍ରତିଦ୍ୱନ୍ଦ୍ୱୀ ନେତା । ବିକାଶ ପାଇଁ ସୁପର ପ୍ଲାନ୍ ସହିତ କାର୍ଯ୍ୟକାରୀ କରିବାରେ ଆଗୁଆ । ଅପହଞ୍ଚ ଇଲାକାରେ ସେ ପହଞ୍ଚାଇଛନ୍ତି ବିକାଶର ବାର୍ତ୍ତା । ସାଢ଼େ ଚାରିକୋଟି ଓଡ଼ିଆ ତାଙ୍କ ପରିବାର । ପ୍ରତିଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ । ଏଥିପାଇଁ ଦୀର୍ଘ ୨୫ବର୍ଷ ଧରି ସେ ନେତା ନମ୍ବର ୱାନ୍ । କେବଳ ଭିଜନ୍ ପ୍ରସ୍ତୁତ କରିବାରେ ସେ ମାହିର ନୁହନ୍ତି, ବରଂ ଏହାକୁ ବାସ୍ତବ ରୂପ ଦେବାରେ ଅନ୍ୟ ପାଇଁ ଉଦାହରଣ । ଯେଉଁଥିପାଇଁ ସେ ଲୋକପ୍ରିୟତାର ଶୀର୍ଷରେ । ଯାହାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ରାଜ୍ୟବାସୀ । ଇଣ୍ଡିଆ ଟୁଡେ ସର୍ଭେରେ ପୁଣିଥରେ ନମ୍ବର ୱାନ୍
ମୁଖ୍ୟମନ୍ତ୍ରୀ । ଇଣ୍ଡିଆ ଟୁଡେ ସର୍ଭେରେ ଲୋକପ୍ରିୟତାର ଶୀର୍ଷ ସ୍ଥାନରେ ଦେଶର ଅନ୍ୟତମ ଷ୍ଟେଟ୍ସ ମ୍ୟାନ୍ । ଦେଶର ୧୬ ରାଜ୍ୟରେ ବିଜେପି ଓ ସହଯୋଗୀ କ୍ଷମତାରେ ଥିବାବେଳେ ପ୍ରଥମ ୧୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ୫ଜଣ ବିଜେପିର ଥିବାବେଳେ କଂଗ୍ରେସର ଜଣେ ଏବଂ ୪ଜଣ ମୁଖ୍ୟମନ୍ତ୍ରୀ ଆଞ୍ଚଳିକ ଦଳର ଅଛନ୍ତି । ଟପ୍ ଟେନ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଯଥାକ୍ରମେ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ଦୀର୍ଘବର୍ଷକାଳ ଶାସନ କ୍ଷମତାରେ ରହି ମଧ୍ୟ ନବୀନଙ୍କୁ ଭଲ ପାଇବାରେ ଓଡ଼ିଶାବାସୀ ସାମାନ୍ୟ ଉଣା କରିନାହାନ୍ତି । ରାଜ୍ୟରେ ବିକାଶ, ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନକୁ ଲୋକମାନେ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି । ନାରୀ ସଶକ୍ତିକରଣ, ସ୍ଥିରତା, ସୁଶାସନ, ଦୁର୍ନୀତି ଓ ଭ୍ରଷ୍ଟାଚାରମୁକ୍ତ ଓଡ଼ିଶା ଗଠନରେ ନବୀନ ସାଜିଛନ୍ତି ଷ୍ଟେଟସ୍ ମ୍ୟାନ୍ । ସ୍ୱାସ୍ଥ୍ୟ ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନାରେ ସାରାଦେଶରେ ଉଦାହରଣ ପାଲଟିଛି ଓଡ଼ିଶା । କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରାଯାଇଛି । ଏଥି ସହିତ ଚଳିତ ବର୍ଷ ହକି ବିଶ୍ୱକପ୍ ୨୦୨୩ ଲଗାତର ଦ୍ୱିତୀୟ ଥର ସଫଳତାର ସହ ଆୟୋଜନ କରୁଥିବା ଓଡିଶାକୁ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ପ୍ରଶଂସା କରାଯାଉଛି । କଥା ନୁହେଁ କଠିନ ପରିଶ୍ରମରେ ବିଶ୍ୱାସ କରୁଥିବା ନବୀନ ରାଜନେତା ଓ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାବାସୀଙ୍କର ପ୍ରଥମ ଓ ଶ୍ରେଷ୍ଠ ପସନ୍ଦ । କେବଳ ଯେ ଇଣ୍ଡିଆ ଟୁଡେର ସର୍ଭେ ନୁହେଁ ଏହା ପୂର୍ବରୁ ମଧ୍ୟ ଅନ୍ୟ ପ୍ରତିଷ୍ଠିତ ମାଗାଜିନ ଓ ସଂସ୍ଥାର ଜନମତ ସର୍ଭେରେ ନବୀନ ସବୁବେଳେ ଶୀର୍ଷରେ ରହି ଆସିଛନ୍ତି । ଅନ୍ୟ କୌଣସି ରାଜ୍ୟର
ମୁଖ୍ୟମନ୍ତ୍ରୀ ନିଜର ସ୍ଥିତି ବଜାୟ ରଖିପାରିନଥିବା ବେଳେ ନବୀନ ଓଡ଼ିଶାର ବିକାଶକୁ ମୁଖ୍ୟ ଏଜେଣ୍ଡା ଭାବେ ନେଇ ଶାସନ ଓ ପ୍ରଶାସନକୁ ଲୋକାଭିମୁଖୀ କରି ସମଗ୍ର ଦେଶ ପାଇଁ ପାଲଟିଛନ୍ତି ରୋଲ ମଡେଲ ।