ଆଜିଠୁ ସଂସଦ ଅଧିବେଶନ ଫେବୃଆରୀ ପହିଲାରେ ବଜେଟ

0 68

ନୂଆଦିଲ୍ଲୀ, ୩୧୧: ଆର୍ଥିକବର୍ଷ ୨୦୨୩-୨୪ ନିମନ୍ତେ ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ । ଆର୍ଥିକ ସର୍ଭେ ସହିତ ଏହି ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପରଦିନ ଅର୍ଥାତ ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବାର୍ଷିକ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦ ଭବନରେ ପହଞ୍ôଚ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ନୂଆ ସଂସଦ ଭବନରେ ବଜେଟ୍ ଅଧିବେଶନ ଓ ୨୦୨୩- ୨୪ ବଜେଟ୍ ଉପସ୍ଥାପନ ପାଇଁ ଯୋଜନା କରାଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ପୁରୁଣା ସଂସଦ ଭବନରେ ଉପସ୍ଥାପନ କରାଯିବ । ଏହି ବଜେଟ୍‌ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୧୧ ଓ ଦ୍ୱିତୀୟ ଅଧିବେଶନ ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ କରାଯିବ । ସାଧାରଣତଃ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ସଂସଦର ଉଭୟ ସଦନକୁ ସମ୍ବୋଧିତ କରିଥାନ୍ତି । ଏହି ପର୍ଯ୍ୟାୟରେ ଫେବୃଆରୀ ୧ ତାରିଖ ଦିନ ବାର୍ଷିକ ସାଧାରଣ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଥାଏ । ବଜେଟର ଦ୍ୱିତୀୟ ଅଧିବେଶନ ସାଧାରଣତଃ ମାର୍ଚ୍ଚର ପ୍ରଥମ ପକ୍ଷ ଅର୍ଥାତ ୧୫ ତାରିଖ ପରେ ଅନୁଷ୍ଠିତ ହୋଇଥାଏ ଓ ମେ ମାସ ଆରମ୍ଭ ପର୍ଯ୍ୟନ୍ତ ଚାଲିଥାଏ । ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ କାଳରେ ବିଭିନ୍ନ ବିଭାଗଙ୍କ ବ୍ୟୟ ମଞ୍ଜୁରି ବିଲ୍ ଗୃହୀତ ହୋଇଥାଏ ।

Leave A Reply

Your email address will not be published.