ପ୍ରଥମଥର ଉଦ୍‌ବୋଧନ ଦେଲେ ଦ୍ରୌପଦୀ ମୁର୍ମୁ ଆତ୍ମନିର୍ଭର ଭାରତ ଗଢ଼ିବା ଲକ୍ଷ୍ୟ

0 69

ନୂଆଦିଲ୍ଳୀ, ୩୧ା୧: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହ ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ । ପ୍ରଥମଥର ପାଇଁ ଉଭୟ ସଦନକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି ଯେ, ଆଜି ଭାରତ ଏକ ନିର୍ଭୀକ ଓ ନିର୍ଣ୍ଣାୟକ ସରକାର ପାଇଛି । ଏବେ ସୁଦ୍ଧା ହୋଇଥିବା ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ଭାରତୀୟଙ୍କ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ପୂରା ବିଶ୍ୱର ସମସ୍ୟାର ଭାରତ ଏବେ ସମାଧାନ ପାଲଟିଛି । ଆଜି ଭାରତ ଏକ ସ୍ଥିର, ନିର୍ଭୀକ ଓ ନିର୍ଣ୍ଣାୟକ ସରକାର ପାଇଛି, ଯାହାକି ଗରିବମାନଙ୍କ ସମସ୍ୟାକୁ ଦୂର କରି ସେମାନଙ୍କୁ ବଡ଼ ସ୍ୱପ୍ନ ଦେଖାଇବାରେ ସହାୟ ହେଉଛି । ସର୍ଜିକାଲ୍ ଷ୍ଟ୍ରାଇକକୁ ନେଇ ଏଲ୍‌ଓସି ଓ ଏଲ୍‌ଏସିରେ ଆତଙ୍କବାଦ ବିରୋଧରେ କଡ଼ା ମୁକାବିଲା । ୩୭୦ ଧାରା ଉଚ୍ଛେଦରୁ ନେଇ ତିନ୍ ତଲାକ୍ ପର୍ଯ୍ୟନ୍ତ ନେଇଥିବା ନିଷ୍ପତ୍ତି ପ୍ରମାଣିତ କରୁଛି ଯେ ଆମ ସରକାର ଏକ ଉତ୍ତମ ନିର୍ଣ୍ଣାୟକ ସରକାର । ସରକାର ସବୁବେଳେ ଦେଶର ସ୍ୱାର୍ଥରେ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି । ରାଷ୍ଟ୍ରପତିଙ୍କ ଭାଷଣରେ ଆତ୍ମନିର୍ଭର ଭାରତଠାରୁ ଆରମ୍ଭ କରି ଏଲଏସି, ଏଲଓସି, ଆତଙ୍କବାଦର ମୁକାବିଲା, ଦେଶର ସେନା ଶକ୍ତି, ଯୁବଶକ୍ତି ଓ ନାରୀ ସଶକ୍ତିକରଣ ଆଦି କ୍ଷେତ୍ର ରହିଥିଲା । ସଫଳ କରୋନା ମୁକାବିଲା ଏବଂ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଯୋଗୁ ଆମ ଦେଶ ଆଜି ଆଗକୁ ଆଗକୁ ବଢ଼ୁଛି । ୯ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଲୋକେ ଅନେକ ପରିବର୍ତ୍ତନ ଦେଖିଛନ୍ତି । ୨୦୪୭ ସୁଦ୍ଧା ଦେଶ ଆତ୍ମନିର୍ଭର ହେବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି ।

Leave A Reply

Your email address will not be published.