ବିକାଶ ଫର୍ଦ୍ଦରେ ଯୋଡ଼ି ହେଉଛି କୋରାପୁଟ

0 79

ଜୟପୁର/ରାୟଗଡ଼ା, ୪ା୧(ଡିକେ ନ୍ୟୁଜ): କୋରାପୁଟର ବିକାଶ ଫର୍ଦ୍ଦରେ ଯୋଡ଼ି ହେଉଛି କୋରାପୁଟ । ୫-ଟି ସଚିବ ଭି.କେ.ପାଣ୍ଡିଆନ ଆଜି କୋରାପୁଟ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ନାରାୟଣପାଟଣା ବ୍ଲକ ଗସ୍ତ କରି ସେଠାରେ ଜଗନ୍ନାଥ ମନ୍ଦିର ବୁଲି ଦେଖିବା ସହିତ ପୂଜାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ମନ୍ଦିରର ଉନ୍ନତି ନେଇ ଆଲୋଚନା କରିଛନ୍ତି । ଏହାପରେ ସେ ଜିଲ୍ଲାପାଳଙ୍କୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଜଗନ୍ନାଥ ମନ୍ଦିର ସହ ସଂଲଗ୍ନ ଅଞ୍ଚଳର ମଧ୍ୟ ବିକାଶ ପ୍ଲାନ କରାଯିବ । ଏଠାରୁ ବାହାରି ୫- ଟି ସଚିବ ଝଞ୍ଜାବତୀ ଡ୍ୟାମ ପରିଦର୍ଶନ କରିଥିଲେ । କ୍ଷୁଦ୍ର ଜଳସେଚନ ଅଧିକାରୀଙ୍କ ସହ ଆଲୋଚନ କରି ଟେଣ୍ଡର ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଜମି ଅଧିଗ୍ରହଣ କାମ ଆରମ୍ଭ କରିବାକୁ ମଧ୍ୟ ସଂପୃକ୍ତ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଳସେଚନ ଦ୍ୱାରା ବନ୍ଧୁଗାଁ ଓ ନାରାୟଣପାଟଣାର ଚେହେରା ବଦଳିଯବ । ଏଠାକାର ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ଆଶା କରିଛନ୍ତି ୫-ଟି ସଚିବ । ଏହାପରେ ସେ ଦଣ୍ଡାବାଦିର ଏସ୍‌ଏସ୍‌ଡି ସ୍କୁଲ ଓ ପାଞ୍ଚିଙ୍ଗିର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପହଞ୍ଚି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ପିଲାମାନଙ୍କୁ ଦିଆଯାଉଥିବା ସମସ୍ତ ସୁବିଧା ବିଷୟରେ ପଚାରି ବୁଝିଥିଲେ । ପାଞ୍ଚିଙ୍ଗିର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୫-ଟି ଅଧୀନରେ ଚାଲିଥିବା କାମର ତଦାରଖ ସହ ପିଲାମାନଙ୍କୁ ଜୀବନରେ ବଡ଼ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ । ସରକାର ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି ୫-ଟି ସଚିବ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ୫-ଟି ସଚିବଙ୍କ ସହ ଉପସ୍ଥିତ ଥିଲେ । ପଟାଙ୍ଗି ବ୍ଲକର ଦେଓମାଳି ଶୃଙ୍ଗ ବୁଲିବା ପରେ ସ୍ଥାନୀୟ ଏସ୍‌ଏଚ୍‌ଜି ସହ ଆଲୋଚନା କରିଥିଲେ ୫-ଟି ସଚିବ । କାଫେ ଖୋଲିବା ନେଇ ଗ୍ରୁପ ସଦସ୍ୟଙ୍କୁ ପରାମର୍ଶ ଦେବା ସହ ମାନ ଓ ଶୁଦ୍ଧତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଏଠାରେ ଚାଲିଥିବା ଇକୋ ରିସର୍ଟ ମଧ୍ୟ ପରିଦର୍ଶନ କରି ଡେଡ୍‌ଲାଇନ ଭିତରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଦେଓମାଳିରେ ଦୁଃସାହସିକ କ୍ରୀଡା ଏବଂ ପୁନଃନବୀକରଣ ଉତ୍ସକୁ ସରକାରୀ ସହାୟତାରେ କାମ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଯାଇ ମନ୍ଦିରରେ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।

Leave A Reply

Your email address will not be published.