ଓଡ଼ିଶା କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋକୁ ତିନୋଟି ଜାତୀୟ ପୁରସ୍କାର

0 76

ଭୁବନେଶ୍ୱର,୧୭ା୨(ଡିକେ ନ୍ୟୁଜ): ଭୋପାଳଠାରେ ଅନୁଷ୍ଠିତ ୬୬ତମ ସର୍ବଭାରତୀୟ ପୋଲିସ୍‌ ଡ୍ୟୁଟି ମିଟ୍‌୨୦୨୩ରେ ରାଜ୍ୟ କ୍ରାଇମ୍‌ ରେକର୍ଡସ ବ୍ୟୁରୋକୁ ତିନୋଟି ଜାତୀୟ ପୁରସ୍କାର ମିଳିଛି । ଆଇସିଜେଏସ୍‌ ରେ ଏଫ୍‌ଏସ୍‌ଏଲ୍‌ ର ସଂଯୋଗୀକରଣ ପାଇଁ ଦ୍ୱିତୀୟ ପୁରସ୍କାର,କ୍ରାଇମ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ ରେ ଉତମ ଅଭ୍ୟାସ ପାଇଁ ପ୍ରଥମ ପୁରସ୍କାର ଏବଂ ଓଡ଼ିଶା ପୋଲିସ୍‌ ଦ୍ୱାରା ବିକାଶିତ ଆରକ୍ଷୀ ମୋବାଇଲ ଆପ୍‌? ପାଇଁ ପ୍ରଥମ ପୁରସ୍କାର ମିଳିଛି । ଏହା ସହିତ ପୋଲିସ୍‌ ସଶକ୍ତିକରଣରେ ସୂଚନା ପ୍ରଯୁକ୍ତି ବିଦ୍ୟାର ଉପଯୋଗ ନିମନ୍ତେ ବ୍ୟୁରୋକୁ ଜାତୀୟ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ ପକ୍ଷରୁ ରନିଂ ଟ୍ରଫି ମିଳିଛି । ଏହି ସମ୍ମାନଜନକ ଜାତୀୟ ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପୋଲିସ୍‌ କୁ ଅଭିନନ୍ଦନ ଜଣାଇଛନ୍ତି । ଫ୍ଲାଗ୍‌ସିପ୍‌ ମ୍ୟାନେଜମେଂଟ ସିଷ୍ଟମ୍‌ ପାଇଁ ଓଡ଼ିଶାକୁ ଏପରି ପୁରସ୍କାର ମିଳିବା ରାଜ୍ୟ କ୍ରାଇମ୍‌ ରେକର୍ଡସ୍‌? ବ୍ୟୁରୋର ଏକ ଅତୁଳନୀୟ ସଫଳତା ଏବଂ ଏହା ପୋଲିସ୍‌ ର ଅଦମ୍ୟ ଉତ୍ସାହ ତଥା ପରିଶ୍ରମକୁ ପ୍ରତିପାଦିତ କରିପାରିଛି ବୋଲି ରାଜ୍ୟ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋର ନିର୍ଦ୍ଦେଶକ ବିନୟତୋଷ ମିଶ୍ର ଉଲ୍ଲେଖ କରିଛନ୍ତି । କର୍ମଚାରୀ ଇଭେଣ୍ଟରେ କମ୍ପ୍ୟୁଟର ସଚେତନତା, ନବସୃଜନ ଆଇଟି ପ୍ରକଳ୍ପ, ପ୍ରୟୋଗର ବିକାଶ, ଆଇଟି ଏବଂ ମଡ୍ୟୁଲ୍‌, ଶାରୀରିକ ତାଲିମ୍‌, ଅସ୍ତ୍ରଶସ୍ତ୍ର ପରିଚାଳନା ଏବଂ କୌଶଳିକ ବ୍ୟାୟାମ୍‌ ସହିତ ବିଭିନ୍ନ ପ୍ରତିଯୋଗିତା ଏହି ମିଟ୍‌ ର ଅନ୍ତର୍ଭୁକ୍ତ ଥିଲା । ଏହି ସର୍ବଭାରତୀୟ ମିଟ୍‌ ରେ ବିଭିନ୍ନ ରାଜ୍ୟ ଓ ନ୍ଦ୍ରଶାସିତ ଅଞ୍ଚଳର ପୋଲିସ୍‌ ମହାନିର୍ଦ୍ଦେଶକ ତଥା ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଭାରତୀୟ ପୋଲିସ୍‌ ବାହିନୀର ଦକ୍ଷତା ବୃଦ୍ଧି ତଥା ଭାରତର ନାଗରିକମାନଙ୍କୁ ଉନ୍ନତ ସେବା ଯୋଗଣ ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ ଅଙ୍ଗ । ରାଜ୍ୟ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋର ଡିଆଇଜି ଡଃ ତ୍ୟଜିତ୍‌ ନାୟକ ଜାତୀୟ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋର ନିର୍ଦ୍ଦେଶକଙ୍କ ପକ୍ଷରୁ ଗଠିତ ବୈଷୟିକ କମିଟି ସମ୍ମୁଖରେ ଚଳିତ ମାସ ୮ ତାରିଖ ଦିନ ଓଡ଼ିଶା ପୋଲିସ୍‌ ର ସୂଚନା ପ୍ରଯୁକ୍ତି ପ୍ରକଳ୍ପ (ସ୍ପେଶାଲ ରିପୋର୍ଟ ମଡ୍ୟୁଲ୍‌) ଉପସ୍ଥାପନ କରିଥିଲେ । ଏହି ମଡ୍ୟୁଲ୍‌ ପାଇଁ ସୂଚନା ପ୍ରଯୁକ୍ତିରେ ପୋଲିସ୍‌ ସଶକ୍ତିକରଣ ନିମନ୍ତେ ଆଜି ଓଡ଼ିଶା ପୋଲିସ୍‌ କୁ ରନିଂ ଟ୍ରଫି ମିଳିଛି ।

Leave A Reply

Your email address will not be published.