ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପୁନଃ ପ୍ରଚଳନ ଦାବିରେ ସ୍ମାରକପତ

0 112

କେନ୍ଦ୍ରାପଡ଼ା,୧୭ା୨(ଡିକେ ନ୍ୟୁଜ): ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାର ପୁନଃ ପ୍ରଚଳନ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ବିଜୁ ଜନତାଦଳ ପକ୍ଷରୁ କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀ, କେନ୍ଦ୍ରାପଡା ପୌରନିର୍ବାହୀ ଅଧିକାରୀ ଓ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାର କୃଷକ, ଦାରିଦ୍ର୍ୟ ସୀମାରେଖା ନିମ୍ନରେ ଥିବା ଗରୀବ ମହିଳା ଓ ଅନୁସୂଚିତ ଜନଜାତି ବର୍ଗଙ୍କ ବିକାଶ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରି ଆସୁଛି । ଓଡିଶାର ବିଜେଡି ସରକାର କୃଷକଙ୍କ କଲ୍ୟାଣ ପାଇଁ କାଳିଆ ଯୋଜନା ଆରମ୍ଭ କରିଛି । ଏଥିସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟର ଗରୀବ ଲୋକମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବୀମା କଭରେଜ କରୁଅଛି । ରାଜ୍ୟର ମିଶନଶକ୍ତି ମୁଭମେଣ୍ଟ ରାଜ୍ୟର ୬ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ୭୦ଲକ୍ଷ ମହିଳାଙ୍କୁ ଶସକ୍ତିକରଣ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଣୟନ କରାଯାଇଛି । ଏଭଳି ପରରିସ୍ଥିତିରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ରାସନକାର୍ଡଧାରୀଙ୍କୁ ମୁଣ୍ଡପିଛା ପ୍ରଦାନ କରୁଥିବା ଅତିରିକ୍ତ ୫କେଜି ଚାଉଳକୁ ବନ୍ଦ କରି ଦେଇଛନ୍ତି । ଫଳରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ଗରୀବ ହିତାଧିକାରୀଙ୍କ ସମେତ କୃଷକମାନେ ମଧ୍ୟ ଏଥିରୁ ବଞ୍ଚିତ ହୋଇଛନ୍ତି । ଚଳିତ ବଜେଟ୍‌ରେ କେନ୍ଦ୍ର ସରକାର ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ୨୦୨୧- ୨୨ ଆର୍ଥିକ ବର୍ଷ ଅପେକ୍ଷା ୭୧ହଜାର କୋଟି ସବସିଡି କମାଇ ଦେଇଥିବା ଦେଖାଯାଇଛି । ଫଳରେ ଏହାଦ୍ୱାରା ଗରୀବ ହିତାଧିକାରୀମାନେ ଅସୁବିଧାର ସମ୍ମୁଖୀନ ହେବେ । କରୋନା ମହାମାରୀ ପରେ ଗରୀବ ଲୋକମାନେ ସେମାନଙ୍କ ସାଧାରଣ ସ୍ଥିତିକୁ ଫେରିଆସିନଥିବା ବେଳେ କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ସେମାନଙ୍କ ଜୀବନ ନିର୍ବାହକୁ ଗୁରୁତ୍ତର ଭାବେ ପ୍ରଭାବିତ କରିବ ବୋଲି କୁହାଯାଇଛି । କେନ୍ଦ୍ରର ଏଭଳି ଜନ ବିରୋଧୀ ନିଷ୍ପତ୍ତି ପାଇଁ ରାଜ୍ୟର ୩.୨୫କୋଟି ଲୋକ ପ୍ରଭାବିତ ହେବେ । ସେମାନଙ୍କ ଖାଦ୍ୟ ସୁରକ୍ଷା ମଧ୍ୟ ପ୍ରଭାବିତ ହେବ । ତେଣୁ ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରି ଏହି ଯୋଜନାର ପୁନଃ ପ୍ରଚଳନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେବାକୁ ନ ବିରୋଧୀ ନିଷ୍ପତ୍ତି ପ୍ରତିବାଦରେ କେନ୍ଦ୍ରାପଡା ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ନେତୃତ୍ୱରେ କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ବନ୍ଦନା ଖଟୁଆଙ୍କୁ ପୈାରାଞ୍ଚଳରେ କେନ୍ଦ୍ରାପଡା ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କୁ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ବିଜେଡି ପକ୍ଷରୁ ଉପରୋକ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ସମ୍ମୁଖରେ ଭୋକ ପାଇଁ ଭାତ ନାହିଁ, କୁହ କେନ୍ଦ୍ର ସରକାର ୫କେଜି ଚାଉଳ କାଟିଲ କ’ଣ ପାଇଁ ନାରା ଦିଆଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ଉପସଭାପତି ଦେବଦାସ ମହାନ୍ତି, ନଗର ବିଜେଡି ସଭାପତି ଯଯାତିକେଶରୀ ମହାନ୍ତି, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ରଶ୍ମୀତା ସେଠୀ, ବ୍ଲକ ସଭାପତି ଆଲୋକ ସାହୁ, ବ୍ଲକ ଉପାଧ୍ୟକ୍ଷ ପ୍ରତାପନାରାୟଣ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି, ରଶ୍ମୀରଞ୍ଜନ ରାଉତ, ପ୍ରିୟଦର୍ଶିନୀ ତରେଇ, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୀତାସୁନ୍ଦରୀ ମଲ୍ଲିକ, ରଉପାଧ୍ୟକ୍ଷା ଆକବରୀ ଖାତୁନ, କାଉନସିଲର ଉମେଶ ଚନ୍ଦ୍ର ନାୟକ, ନିରାକାର ସ୍ୱାଇଁ, ଅଭୟ ବେହେରା, ଚୈାଧୁରୀ ସୁକୁମାର ଦାସ, ପ୍ରଭାଶିଷ ପଣ୍ଡା, ପୁଷ୍ପାଞ୍ଜଳି ବସ୍ତିଆ, ହବିବା ବେଗମ, ପ୍ରଦୀପ୍ତ କୁମାର ଜେନା, ହିରଣ୍ୟ ପଣ୍ଡା, ରେବତୀରମଣ ଦାସ, ବ୍ଲକ ମହିଳା ସଭାନେତ୍ରୀ ସୁମିତ୍ରା ପାଢୀ, ନଗର ବିଜେଡି ସଭାପତି ସ୍ୱୟଂ ପ୍ରଭା କର, ମହମ୍ମଦ ନିୟାଜ, ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ମହମ୍ମଦ ସେକ ଇନାୟତ, ବନେତା ନରୋତ୍ତମ ମଲିକ, ସେକ ମୋସିମ, ରକିବୁର ରହେମାନ, ଅବଦୁଲ ସଲିମ ଖାନ, ମୀର ସଫିକ, ସାବିର ହୋସେନ, ସୟଦ ଅକମଲ ଅଲ୍ଲୀ, ଶରତ ବେହୁରା, ସଂଗମକେଶରୀ ସାମଲ, ଅଶ୍ୱିନୀ କୁମାର ପାତ୍ର, ଭଜକୃଷ୍ଣ ରାଉତ, ରଞ୍ଜନ କୁମାର କର, ମଧୁସୁଦନ କର ପ୍ରମୁଖ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମକର୍ତ୍ତା ଓ କର୍ମୀମାନେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ ସହିତ ଦାବିପତ ପ୍ରଦାନ କରିଥିଲେ ।

Leave A Reply

Your email address will not be published.