ଖ୍ରୀଷ୍ଟିଆନ୍‌ ପରେ ହିନ୍ଦୁ ରୀତିନୀତିରେ ବିବାହ କଲେ ହାର୍ଦ୍ଦିକ-ନତାଶା

0 68

ମୁମ୍ବାଇ, ୧୭ା୨: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା । ଭାଲେଣ୍ଟାଇନ୍ସ ଡେ’ରେ ଅର୍ଥାତ୍‌ ଫେବୃଆରୀ ୧୪ରେ ନତାଶା ଷ୍ଟାନକୋଭିକ୍‌ ସହ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଥିବା ବେଳେ ୧୬ ଫେବୃଆରୀରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଏହି ପୂରା କାର୍ଯ୍ୟକ୍ରମ ରାଜସ୍ଥାନର ଉଦୟପୁରରେ ଆୟୋଜିତ ହୋଇଥିଲା । ସୋସିଆଲ ମିଡିଆରେ ସେମାନଙ୍କର ବିବାହ ଚିତ୍ର ପୋଷ୍ଟ କରି ଦୁହେଁ ଲେଖିଛନ୍ତି ଯେ ଏହା ବର୍ତ୍ତମାନ ଏବଂ ସବୁଦିନ ପାଇଁ । ସୋସିଆଲ ମିଡିଆରେ ହାର୍ଦ୍ଦିକ ଏବଂ ନତାଶାଙ୍କ ବିବାହ ଫଟୋ ଖୁବ୍‌ଶୀଘ୍ର ଭାଇରାଲ ହୋଇଥିଲା । ଏହି ଫଟୋ ଗୁଡ଼ିକରେ କପଲ ଏକ ରାଜକୀୟ ରୂପରେ ଦେଖାଯାଇଛନ୍ତି । ନତାଶା ଏକ ଲାଲ୍‌ ଏବଂ ସୁବର୍ଣ୍ଣ ଲେହେଙ୍ଗା ପିନ୍ଧିଛନ୍ତି, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହି ସମୟରେ ହାର୍ଦ୍ଦିକ ଏକ କ୍ରିମ୍‌ ରଙ୍ଗର ଶେରୱାନି ପିନ୍ଧିଥିଲେ । ଏହାପୂର୍ବରୁ ମଙ୍ଗଳବାର ଦିନ ହାର୍ଦ୍ଦିକ ନତାଶାଙ୍କୁ ଖ୍ରୀଷ୍ଟିଆନ ରୀତିନୀତି ସହିତ ବିବାହ କରିଥିଲେ । ଯେଉଁଥିରେ ପରିବାର ସଦସ୍ୟ ଏବଂ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ । ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ପରିବାର ତଥା ଅନ୍ୟ କିଛି ଲୋକଙ୍କ ଉପସ୍ଥିତିରେ ଏକ ଛୋଟ ସମାରୋହରେ ନତାଶାଙ୍କୁ ବିବାହ କରିଥିଲେ । ହାର୍ଦ୍ଦିକ ଏବଂ ନତାଶାଙ୍କର ମଧ୍ୟ ଏକ ପୁଅ ଅଗସ୍ତ୍ୟ ଅଛନ୍ତି । ଉଦୟପୁର ସମାରୋହ ପରେ ପୁରା ପରିବାର ଏବେ ମୁମ୍ବାଇ ଫେରିଛନ୍ତି ।

Leave A Reply

Your email address will not be published.