ଅଟା ଓ ଲୁଣା କାରବାର କରିବ ହିନ୍ଦୁସ୍ତାନ ୟୁନିଲିଭର

0 82

ମୁମ୍ବାଇ : ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ତାଙ୍କର ଅଟା ଓ ଲୁଣ କାରବାର ବିକ୍ରି କରିବେ । ଏଥିଲାଗି ଏଚୟୁଏଲ୍‌ ସିଙ୍ଗାପୁରର ଏକ କମ୍ପାନୀ ସହିତ ଡିଲ କରିଛନ୍ତି । ଏଚୟୁଏଲ ଭାରତରେ ତାଙ୍କର ଲୁଣକୁ କ୍ୟାନେ କୁକ୍‌ ଓ ଅଟାକୁ ଅନ୍ନପୂର୍ଣ୍ଣା ବ୍ରାଣ୍ଡରେ ବିକ୍ରି କରୁଛନ୍ତି । ଏହି କାରବାରରୁ କମ୍ପାନୀ ଅନୁନ୍ୟ ୬୦ କୋଟି ଟଙ୍କା ପାଇବେ ବୋଲି ଆଶା ରଖିଛନ୍ତି । ଏହି ଉଭୟ ବ୍ରାଣ୍ଡକୁ ଉମା ଗ୍ଲୋବାଲ ଫୁଡସ୍‌ ପିଟିଇ ଲିମିଟେଡ ଓ ଉମା କଞ୍ଜ୍ୟୁମର ପ୍ରଡକ୍ଟସ୍‌ ପ୍ରାଇଭେଟ ଲିମିଟେଡ୍‌ କିଣିବେ । ଲୁଣ ଓ ଅଟା କାରବାରକୁ ବିକିବା ପରେ ଏଚୟୁଏଲ ସ୍କେଚ୍‌ କୁକିଂ, ଡ୍ରେସିଂ ଓ ସୁପ୍‌ ପ୍ୟାକେଜଡ୍‌ ଫୁଡ ସେଗମେଣ୍ଟରେ ତାଙ୍କର ଧ୍ୟାନ କେନ୍ଦ୍ରିତ କରିବେ । ୨୦୨୨ ଆର୍ଥିକ ବର୍ଷରେ ଲୁଣ ଓ ଅଟା ବ୍ରାଣ୍ଡର ରେଭିନ୍ୟୁ ୧୨୭ କୋଟି ଟଙ୍କା ଥିଲା । ଯାହା କମ୍ପାନୀର ମୋଟ ରାଜସ୍ୱର ୧ ପ୍ରତିଶତରୁ ମଧ୍ୟ କମ୍‌ । କମ୍ପାନୀ ଏକ ବୟାନରେ ବ୍ରାଣ୍ଡ ବିକ୍ରି ନିଷ୍ପତ୍ତି ପୂର୍ବରୁ ସ୍ଥିରିକୃତ ଏଜେଣ୍ଡା ଅନୁସାରେ ହୋଇଛି ବୋଲି କହିଛନ୍ତି । କାରଣ କମ୍ପାନୀ କିଛି ଅନ୍ୟ ବ୍ୟବସାୟ ଉପରେ ତାଙ୍କର ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଥିବା ଏଥିରେ କୁହାଯାଇଛି । ଏଚୟୁଏଲଙ୍କ ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜିବ ମେହେଟା କହିଛନ୍ତି ଯେ ଅତ୍ତପୂର୍ଣ୍ଣା ଓ କ୍ୟାନେ କୁକ୍‌ ବ୍ରାଣ୍ଡକୁ ବଜାରରେ ଦୁଇ ଦଶକରୁ ଅଧିକ ସମୟ ପୂର୍ବେ ଲଞ୍ଚ କରାଯାଇଥିଲା । ଏଣୁ ଆମର ପ୍ରାଥମିକତା ଓ ପୋର୍ଟଫୋଲିଓ ବିକଳ୍ପକୁ ନଜରରେ ରଖି ଏହି ଦୁଇ ବ୍ରାଣ୍ଡକୁ ରିଆକ୍ଟିଭେଟ ବ୍ରାଣ୍ଡସ୍‌ ଇଣ୍ଟରନ୍ୟାସନାଲକୁ ବିକିଦେବା କମ୍ପାନୀ ଲାଗି ହିତକର ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ଉମା ଗ୍ଲୋବାଲ ଫୁଡସ୍‌ଙ୍କ ସହ ସଂସ୍ଥାପକ ଅଶୋକ ବାସୁଦେବନ କହିଛନ୍ତି ଯେ ଆମେ ଅତ୍ତପୂର୍ଣ୍ଣା ଓ କ୍ୟାନେ କୁକ୍‌ କୁ ଆମ ପୋର୍ଟଫୋଲିଓକୁ ଆଣି ଆମେ ବହୁତ ଖୁସି ଅଛୁ ।

Leave A Reply

Your email address will not be published.