ବ୍ରାଜିଲ୍‌ରେ ବର୍ଷା ଓ ଭୂସ୍ଖଳନରେ ୨୪ ମୃତ

0 89

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକା ଦେଶରେ ପ୍ରକୃତିର କୋପ । ବ୍ରାଜିଲ୍‌ରେ ବନ୍ୟା ତାଣ୍ଡବ ରଚିଛି । ବାଦଲ ଫଟା ବର୍ଷା ପରେ ଦେଶରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଯୋଗୁ ପ୍ରାୟ ୨୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକଲୋକ ପ୍ରଭାବିତ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିପତ୍ତଙ୍କୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସ୍ଥାନୀୟ ମଡିଆ ରିପୋର୍ଟ ଅନୁଯାୟୀ, ବ୍ରାଜିଲର ଦକ୍ଷିଣପୂର୍ବ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଭୟଙ୍କର ରୂପ ଧରି ସ୍ଥଳଭାଗକୁ ସମୁଦ୍ର ପାଣି ମାଡ଼ିଆସିଛି । ବିଭିତ୍ତ ସ୍ଥାନରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନରେ ଅନେକ ଲୋକ ନିଖୋଜ ହୋଇଥିବା ଜଣାପଡିଛି । ପ୍ରବଳ ବର୍ଷାରେ ରାସ୍ତାଘାଟ ଧୋଇଯାଇଛି । ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବ୍ରାଜିଲର କାର୍ନିବାଲ ସମାରୋହରେ ସାମିଲ ହେବାକୁ ଆସିଥିବା ପର୍ଯ୍ୟଟକ ବନ୍ୟାରେ ପସଯାଇଛନ୍ତି । ବନ୍ୟାରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ବ୍ରାଜିଲର ସାଓ ପାଉଲୋ ରାଜ୍ୟର ତଟୀୟ ଅଞ୍ଚଳରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ବ୍ରାଜିଲ୍‌ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାୟ ୬ଶହ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୫୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ସମୁଦ୍ରରେ ଏକ ମିଟରରୁ ଅଧିକ ଉଚ୍ଚରେ ଜୁଆର ଉଠୁଛି । ଜଳମଗ୍ନ ହୋଇଛି ଅଧିକାଂଶ ଅଞ୍ଚଳ । ବନ୍ୟା ଓ ଭୂସ୍ଖଳନ ଯୋଗୁ ପ୍ରାୟ ୨୪ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୫୬୬ଜଣ ବାସହରା ହୋଇଛନ୍ତି । ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତଙ୍କୁ ତଳି ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସାଓ ପାଉଲୋର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ସ୍ଥାନୀୟ ପାଣିପାଗ ବିଭାଗ । ବନ୍ୟା ବିପତ୍ତିରୁ ଲୋକଙ୍କ ଉଦ୍ଧାର କରିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ । ସ୍ଥିତିରୁ ବଢ଼ିବ ବୋଲି ଆଶଂକା କରାଯାଉଛି । ବ୍ରାଜିଲ୍‌ ସରକାରଙ୍କ ପକ୍ଷରୁ ସାଓ ପାଓଲୋର ୬ଟି ସହରରେ ୧୮୦ ଦିନ ବିପର୍ଯ୍ୟଣ ଘୋଷଣା କରାଯାଇଛି । ବିପନ୍ନଙ୍କ ପାଖରେ ଅତ୍ୟାବଶ୍ୟକ ସମାଗ୍ରୀ ପହଞ୍ଚାଇ ଦେଉଛନ୍ତି ସରକାର ।

Leave A Reply

Your email address will not be published.