ଆଇସିସିର ସବୁଜ ସଙ୍କେତ, ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହୋଇପାରେ ଡବ୍ଲୁଟିସି ଫାଇନାଲ୍‌ ମ୍ୟାଚ୍‌

0 101

ନୂଆଦିଲ୍ଲୀ, ୨୦ା୨: କେଉଁ ଦୁଇ ଦଳ ମଧ୍ୟରେ ବିଶ୍ୱ ଟେଷ୍ଟ ଚ୍‌ମ୍ପିଅନସିପର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ତାକୁ ନେଇ ସୂଚନା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ(ଆଇସିସି) । ଜୁନ ମାସର ପ୍ରଥମ ସପ୍ତାହରେ ଡବ୍ଲ୍ୟୁଟିସିର ଫାଇନାଲ୍‌ ମ୍ୟାଚ୍‌ ଇଂଲଣ୍ଡରେ ଖେଳାଯିବ । ବର୍ତ୍ତମାନ କେବଳ ତିନୋଟି ଦଳ ନିକଟରେ ଫାଇନାଲ୍‌ ଖେଳିବାର ସୁଯୋଗ ରହିଛି । ହେଲେ ଆଇସିସି ଜଣାଇଛି ଯେ, କେବଳ ଏହି ଦୁଇ ଦଳ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ହେବାର ୮୯ ପ୍ରତିଶତ ସମ୍ଭାବନା ରହିଛି । ଭାରତ ଦିଲ୍ଲୀରେ ଖେଳାଯାଇଥିବା ଚ୍‌ । ରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲାରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଛି । ଏହାପରେ ଡବ୍ଲ୍ୟୁଟିସିର ପଏଣ୍ଟ ଟେବୁଲରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହାପରେ ସ୍ପଷ୍ଟ ହୋଇଛି ଯେ, ଦକ୍ଷିଣ ଆଫ୍ରିକା ବିଶ୍ୱ ଟେଷ୍ଟ ଚ୍‌ମ୍ପିଅନସିପର ଫାଇନାଲ୍‌ ଦୌଡରୁ ବାଦ୍‌ ପଡିଛି । ଏବେ ଭାରତ, ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ନିକଟରେ ଫାଇନାଲରେ ପହଞ୍ଚିବାର ସୁଯୋଗ ରହିଛି । ଆଇସିସି ଅନୁଯାୟୀ, ଡବ୍ଲ୍ୟୁଟିସି ୨୦୨୩ର ଫାଇନାଲ୍‌ ମୁକାବିଲା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଳାଯିବାର ସମ୍ଭାବନା ୨.୮ ପ୍ରତିଶତ ରହିଛି । ସେହିପରି ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ବିଶ୍ୱ ଟେଷ୍ଟ ଚ୍‌ମ୍ପିଅନସିପର ଫାଇନାଲ୍‌ ମ୍ୟାଚ୍‌ ହେବାର ମାତ୍ର ୮.୩ ପ୍ରତିଶତ ସମ୍ଭାବନା ରହିଛି । ତେବେ ଆଇସିସି ଅନୁସାରେ, ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଡବ୍ଲ୍ୟୁଟିସିର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବାର ସମ୍ଭାବନା ୮୮.୯ ପ୍ରତିଶତ ରହିଛି । ଭାରତ ଯଦି ଚଳିତ ଶୃଙ୍ଖଳାର ବାକି ଦୁଇଟି ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଏ ଏବଂ ଅନ୍ୟପଟେ ଶ୍ରୀଲଙ୍କା ଡ୍ର କରିଦିଏ କିମ୍ବା ଜିତିଯାଏ ତେବେ କଙ୍ଗାରୁ ଦଳ ଫାଇନାଲରେ ପ୍ରବେଶ କରିବ । ଅନ୍ୟପକ୍ଷେ ଭାରତ ତେବେ ଯାଇ ବାଦ୍‌ ପଡିବ ଯେତେବେଳେ ଦଳ ବାକି ଦୁଇଟି ମ୍ୟାଚରେ ପରାଜିତ ହେବ ଏବଂ ଶ୍ରୀଲଙ୍କା ନିଜର ଦୁଇ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ହାସଲ କରିବ ।

Leave A Reply

Your email address will not be published.