ସେୟାର ବଜାର: ରେଡ୍‌ ମାର୍କରେ ବନ୍ଦ ହେଲା ସେନସେକ୍ସ ଓ ନିଫ୍ଟି

0 117

ନୂଆଦିଲ୍ଲୀ : ଭାରତୀୟ ସେୟାର ବଜାରରେ ମଙ୍ଗଳବାର ମିଶ୍ରିତ କାରବାର ଦେଖିବାକୁ ମିଳିଛି । ଉଭୟ ସେନସେକ୍ସ ଓ ନିଫ୍ଟି ସୂଚକାଙ୍କ ସାମାନ୍ୟ ହ୍ରାସ ପାଇ ବନ୍ଦ ହୋଇଛି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୧୮.୮୨ ପଏଣ୍ଟ ହ୍ରାସ ପାଇ ୬୦,୬୭୨.୭୨ରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୧୭.୯୦ ପଏଣ୍ଟ ହ୍ରାସ ପାଇ ୧୭,୮୨୬.୭୦ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ବ୍ୟାଙ୍କ ନିଫ୍ଟି ୨୮.୧୦ ପଏଣ୍ଟ କମି ୪୦,୬୭୩.୬୦ରେ କାରବାର ଶେଷ କରିଛି । ଆଜି ସର୍ବାଧିକ ବୃଦ୍ଧି ପାଇଥିବା ସେୟାର ମଧ୍ୟରେ ରହିଛି ଏନ୍‌ଟିପିସି । ଏହାର ସେୟାର ମୂଲ୍ୟ ୩.୧୯% ପ୍ରତିଶତ ବୃଦ୍ଧିପାଇଛି । ସେହିଭଳି ଆଦାନୀ ଏଣ୍ଟରପ୍ରାଇଜର୍ସ ସେୟାର ମୂଲ୍ୟ ସର୍ବାଧିକ ହ୍ରାସ ପାଇଛି । କମ୍ପାନୀର ସେୟାର ୩.୧୧% ହ୍ରାସ ପାଇ ୧୫୭୧.୧୦ ଟଙ୍କା ରହିଛି । ସେନସେକ୍ସର ଟପ୍‌ ୩୦ ସେୟାର ମଧ୍ୟରୁ ୧୪ଟି ବୃଦ୍ଧି ସହ ବନ୍ଦ ହୋଇଥିବା ବେଳେ ୧୬ଟି ସେୟାର ହ୍ରାସ ପାଇ କାରବାର ଶେଷ କରିଛି । ସେହିଭଳି ନିଫ୍ଟିର ୫୦ଟି ସେୟାର ମଧ୍ୟରୁ ୧୯ଟି ବୃଦ୍ଧି ଓ ୩୧ଟି ହ୍ରାସ ପାଇ ବନ୍ଦ ହୋଇଛି । ମଙ୍ଗଳବାର ଟ୍ରେଡିଂ ସେସନରେ ବ୍ୟାଙ୍କିଂ, ଅଟୋ, ଆଇଟି, ମେଟାଲ୍ସ, ରିୟଲ ଇଷ୍ଟେଟ୍‌, ମିଡିଆ, ଲଥକେୟାର, ଅଏଲ ଆଣ୍ଡ ଗ୍ୟାସ୍‌ ସେକ୍ଟରରେ ହ୍ରାସ ପରିଲକ୍ଷିତ ହୋଇଛି । ଅନ୍ୟପଟେ ଏଫ୍‌ଏମ୍‌ସିଜି, ଏନର୍ଜି, ଇମ୍ଫ୍ରା, କଞ୍ଜ୍ୟୁମର ଡ୍ୟୁରେବଲ ଭଳି ସେକ୍ଟରରେ ବୃଦ୍ଧି ପରିଲକ୍ଷିତ ହୋଇଛି । ବୃଦ୍ଧି ପାଇଥିବା ସେୟାର ଗୁଡିକ ମଧ୍ୟରେ ରହିଛନ୍ତି ଏନ୍‌ଟିପିସି, ପାୱାର ଗ୍ରୀଡ୍‌, ଟାଟା ଷ୍ଟିଲ୍‌, ଏଚଡିଏଫ୍‌ସି, ଏଚଡିଏଫ୍‌ସି ବ୍ୟାଙ୍କ, ଲାର୍ସନ୍‌ ଆଇସିଆଇସିଆଇ ବ୍ୟାଙ୍କ ସମେତ ଆଉ କିଛି କମ୍ପାନୀର ସେୟାର ବୃଦ୍ଧି ସହ ବନ୍ଦ ହୋଇଛି । ସେହିଭଳି ଟାଟା ମୋଟର୍ସ, ସନ୍‌ ଫାର୍ମା, ୱିପ୍ରା, ଏଚ୍‌ସିଏଲ୍‌ ଟେକ୍‌, ଇଣ୍ଡସଇଣ୍ଡ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଆଇଟିସି ସମେତ ଆଉ କିଛି କମ୍ପାନୀର ସେୟାରରେ ହ୍ରାସ ପରିଲକ୍ଷିତ ହୋଇଛି ।

Leave A Reply

Your email address will not be published.