ଚୀନ୍‌କୁ ଜେଲେନ୍‌ସ୍କିଙ୍କ ନାଲି ଆଖି, ରୁଷ୍‌ର ସାଥ୍‌ ଦେଲେ “ବିଶ୍ୱଯୁଦ୍ଧ’

0 79

କିଏଭ୍‌ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଗସ୍ତ ୟୁକ୍ରେନ୍‌କୁ ନୂଆ ବଳ ଦେଇଛି । ଶକ୍ତିଶାଳୀ ରୁଷ୍‌ ବିରୋଧରେ ଆହୁରି ଲଢ଼ିବା ପାଇଁ ନିଜକୁ ସଶକ୍ତ କରିଛି । ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିର୍ମି ଜେଲେନ୍‌ସ୍କି ବାଇଡେନ୍‌ଙ୍କ ବଳରେ ଚୀନ୍‌କୁ କଡ଼ା ଚେତାବନୀ ଦେଇଛନ୍ତି । କହିଛନ୍ତି, ରୁଷ୍‌ର ସାଥ୍‌ ଦେଲେ ପରିଣତି ଭୟଙ୍କର ହେବ । ଆଉ ଏକ ବିଶ୍ୱଯୁଦ୍ଧକୁ ଏହା ଆମନ୍ତ୍ରଣ କରିବ । ଚୀନ୍‌ କିମ୍ବା ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ରୁଷ୍‌ୟୁକ୍ରେନ୍‌ ଯୁଦ୍ଧଠାରୂ ଦୂରେଇ ରହିବା ଉଚିତ । ଯୁଦ୍ଧରେ ହସ୍ତକ୍ଷେପ କଲେ କ’ଣ ହେବ, ଚୀନ୍‌ ତାହା ଭଲ ଭାବେ ଜାଣିଛି । ଏହା ବିଶ୍ୱଯୁଦ୍ଧର ସୂତ୍ରପାତ କରିବ । ଉଲ୍ଲେଖଯୋଗ୍ୟ, ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭରୁ ତୃତୀୟ ବିଶ୍ୱଯୁଦ୍ଧ ଭୟ ଘାରିବାରେ ଲାଗିଛି । ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିର୍ମି ପୁଟିନ୍‌ ଅନେକ ବାର ତୃତୀୟ ବିଶ୍ୱଯୁଦ୍ଧ ଏବଂ ପରମାଣୁ ଆକ୍ରମଣ କଥା ଉଠାଇଛନ୍ତି । ୟୁକ୍ରେନ୍‌କୁ ନାଟୋ ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକର ଅବିରତ ସହାୟତାକୁ ଦୃଷ୍ଟିରେ ରଖି ସେ ଏଭଳି ଚେତାବନୀ ଦେଇଥିଲେ ।

Leave A Reply

Your email address will not be published.