ଆଦିଦାସ ଟିମ୍‌ ଇଣ୍ଡିଆ କିଟ୍‌ ସ୍ପନ୍‌ସର

0 80

ନୂଆଦିଲ୍ଲୀ, ୨୧ା୨: ବଦଳିବ ଭାରତୀୟ କ୍ରିକେଟ୍‌ ଦଳର କିଟ୍‌ ସ୍ପୋନସର । ନୂତନ ବର୍ଷରେ ପୋଷାକର ବ୍ରାଣ୍ଡ “କିଲର’ ଭାରତୀୟ କ୍ରିକେଟ୍‌ ଦଳର କିଟ୍‌ ସ୍ପୋନସର ବା ପ୍ରାୟୋଜକ ସାଜିଥିଲା । ଏମପିଏଲର ଜାଗା ନେଇଥିଲା କିଲର । ତେବେ ଏହାର କିଛି ସପ୍ତାହ ପରେ ଭାରତୀୟ ଜର୍ସିର ସ୍ପୋନସରକୁ ନେଇ ଆସିଛି ବଡ ଖବର । କୁହାଯାଉଛି ପ୍ରସିଦ୍ଧ ବ୍ରାଣ୍ଡ ଆଦିଦାସ କିଲରର ସ୍ଥାନ ନେବ । ଏ ନେଇ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆଦିଦାସ ସହ ମୋଟା ଅଙ୍କର ଚୁକ୍ତିନାମା କରିଛି । ଉଲ୍ଲେଖନୀୟ ଆଦିଦାସ୍‌ କମ୍ପାନୀ କ୍ରୀଡା ସାମଗ୍ରୀ ନିର୍ମାଣ ପାଇଁ ସମଗ୍ର ଦୁନିଆରେ ଚର୍ଚ୍ଚିତ । ରିପୋର୍ଟ ଅନୁଯାୟୀ, ଆଦିଦାସ ଚଳିତ ବର୍ଷ ଜୁନରୁ କିଲରର ସ୍ଥାନ ନେବ । ଏଥିପାଇଁ ବିସିସିଆ ଇ ଏବଂ ଆଦିଦାସ ମଧ୍ୟରେ ପାଞ୍ଚ ବର୍ଷିଆ ଚୁକ୍ତିନାମା ହୋଇଛି । ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, ଏହି ସଂକ୍ରାନ୍ତିୟ ପ୍ରକ୍ରିୟାକୁ ଚୂଡାନ୍ତ ରୂପ ଦିଆଯାଉଛି । ଉଲ୍ଲେଖଯୋଗ୍ୟ, ଅଧିନାୟକ ରୋହିତ ଶର୍ମା ଏବଂ ଋଷଭ ପନ୍ତ ପରି କ୍ରିକେଟର ଆଦିଦାସର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି । ଏହି କମ୍ପାନି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଇଂଲଣ୍ଡ ପରି ଦଳର କିଟ୍‌ ସ୍ପୋନସର ରହି ସାରିଛି, କିଲର ସେତେ ଅଧିକ ଲୋକପ୍ରିୟ ବ୍ରାଣ୍ଡ ନୁହେଁ । ଏହା ସତ୍ତେ୍ୱ ବି ଭାରତୀୟ କ୍ରିକେଟ୍‌ ଦଳର କିଟ୍‌ ସ୍ପୋନସର ହେବା ନେଇ ପ୍ରଶ୍ନ ଉଠୁଥିଲା । ପୁଣି ଏମପିଏଲ ନିକଟରେ ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ କିଟ୍‌ ସ୍ପୋନସର ହେବାର ଅଧିକାର ଥିଲା । କିନ୍ତୁ ଏହି ସଂସ୍ଥା ନିଜର ଚୁକ୍ତିନାମା ସଂପୂର୍ଣ୍ଣ କରିନଥିଲା । କିଲର ଏବଂ ଏମ୍‌ପିଏଲ ପୂର୍ବରୁ ନାଇକି ଭାରତୀୟ କ୍ରିକେଟ୍‌ ଦଳର କିଟ୍‌ ସ୍ପୋନସର ଥିଲା । ନାଇକି ୧୪ ବର୍ଷ କିଟ୍‌ ସ୍ପୋନସର ରହିବା ପରେ ୨୦୨୦ରେ ନିଜର ଚୁକ୍ତିନାମା ସମାପ୍ତ କରିଥିଲା । ନାଇକି ସହିତ ଚୁକ୍ତି ସରିବା ପରଠୁ ବିସିସିଆଇ ଏକ ପ୍ରସିଦ୍ଧ କିଟ୍‌ ସ୍ପୋନସରଙ୍କ ସନ୍ଧାନରେ ଥିଲା, ଯାହା ଏବେ ପୂରା ହେବାକୁ ଯାଉଛି ।

Leave A Reply

Your email address will not be published.