ଶେଷ ଆଇପିଏଲ୍‌ ଖେଳିବେ କ୍ୟାପଟେନ୍‌ କୁଲ୍‌ !

0 119

ମୁମ୍ବାଇ, ୨୧ା୨: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଆଇପିଏଲରେ ନିଜର ଜଲୱା ଦେଖାଉଛନ୍ତି । ନିଜ ନେତୃତ୍ୱରେ ୪ ଥର ଚେନ୍ନାଇ ସୁପର କିଙ୍ଗ୍ସକୁ ·ମ୍ପିଅନ କରାଇଛନ୍ତି । କିନ୍ତୁ ଏବେ କ୍ୟାପଟେନ କୁଲଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ନିରାଶଜନକ ଖବର । କାରଣ ଚଳିତ ବର୍ଷ ଆଇପିଏଲ ହିଁ ଧୋନୀଙ୍କ ଶେଷ ଆଇପିଏଲ୍‌ ହେବ । ବିଶ୍ୱର ସବୁଠୁ ବଡ ଘରୋଇ କ୍ରିକେଟ୍‌ ଲିଗରୁ ଅବସର ନେବେ ଧୋନୀ । ଏନେଇ ସାମ୍ନାକୁ ଆସିଛି ତାଙ୍କର ଶେଷ ମ୍ୟାଚ୍‌ ଖେଳିବାର ତାରିଖ । ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଯେଉଁଥିରେ ଆସନ୍ତା ମାର୍ଚ୍ଚ ୩୧ରେ ଡିଫେଣ୍ଡିଂ ·ମ୍ପିଅନ୍‌ ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଚଳିତ ସିଜିନର ପ୍ରଥମ ମ୍ୟାଚ୍‌ ଖେଳାଯିବ । ଏଥିସହ ଚେନ୍ନାଇ ସୁପର କିଙ୍ଗ୍‌ସ ପାଇଁ ଧୋନୀଙ୍କ ଶେଷ ଆଇପିଏଲ୍‌ ସିଜନ୍‌ ହେବ । ଚେନ୍ନାଇ ସୁପର କିଙ୍ଗ୍ସର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ଜନୈକ ଅଧିକାରୀ କହିଛନ୍ତି, ଯଦି ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫରେ ସ୍ଥାନ
ପାଇବାରେ ଅସମର୍ଥ ହୁଏ, ତେବେ ଧୋନୀ ମଇ ୧୪ରେ ଚେନ୍ନାଇର ଚେପାକ୍‌ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ୍‌ ଖେଳିବେ । ଧୋନୀଙ୍କ ନେତୃତ୍ୱରେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ୪ ଥର ଟାଇଟଲ ହାତେଇଛି । ଦଳ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ରେ ·ମ୍ପିଅନ୍‌ ହେବାରେ ସଫଳ ହୋଇଛି । ଧୋନୀ ୨୦୦୮ ମସିହାରୁ ଦଳର ନେତୃତ୍ୱ ନେଉଛନ୍ତି । ତେବେ ଗତବର୍ଷ ରବୀନ୍ଦ୍ର ଜାଡେଜାଙ୍କୁ ଦଳର ଅଧିନାୟକ ଦିଆଯାଇଥିଲା । ଯାହା ଚେନ୍ନାଇ ପାଇଁ ଭାରୀ ପଡିଥିଲା । କୋଭିଡ ମହାମାରୀରେ ସମସ୍ତ ଫର୍ମାଟରୁ ହଠାତ୍‌ ଅବସର ନେଇଥିଲେ କ୍ୟାପଟେନ କୁଲ୍‌ । ଧୋନୀ ୨୦୨୦ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅବସର ଗ୍ରହଣ କରିଥିଲେ । ଆଇପିଏଲରେ ସେ ଚେନ୍ନାଇ ପାଇଁ ତାଙ୍କ ଶେଷ ମ୍ୟାଚ୍‌ ଖେଳିବାକୁ ·ହୁଁଥିଲେ । କିନ୍ତୁ କରୋନା କାରଣରୁ ଏହା ହୋଇପାରିଲା ନଥିଲା । ଯାହା ଚଳିତ ସିଜିନ୍‌ରେ ଘଟିପାରେ । କିନ୍ତୁ ଏନେଇ କ୍ୟାପଟେନ କୁଲଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.