କୃଷି ବିକାଶରେ ଭାଗିଦାରୀ ହୁଅନ୍ତୁ ଚାଷୀ: ମୁଖ୍ୟମନ୍ତ୍ରୀ

0 79

ଭୁବନେଶ୍ୱର, ୨୨ା୨(ଡିକେ ନ୍ୟୁଜ): ରାଜ୍ୟସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳାର ଆଜି ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ ସମବାୟ ବିଭାଗ ବିଭିନ୍ନ ସ୍ତରରେ ଚାଷୀ ପରିବାରଗୁଡ଼ିକୁ ସେବା ଯୋଗାଇ ଦେଉଛି । ସୁବିଧା ଅସୁବିଧାରେ ସେମାନଙ୍କ ସହିତ ରହିଛି । ଆମ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ସମବାୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସମବାୟ ବିଭାଗ ସେମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ଚାଷ କ୍ଷେତ୍ରରେ ଋଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟର ଫସଲ ଋଣର ସିଂହଭାଗ ସମବାୟ ବ୍ୟାଙ୍କଗୁଡ଼ିକ ହିଁ ଦେଇଥାନ୍ତି ।ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନାସୁଧରେ ଯୋଗାଇ ଦେଉଛନ୍ତି । ରାଜ୍ୟର ଚାଷୀଭାଇମାନେ ଏହି ସୁଧବିହୀନ ଋଣର ସୁବିଧା ନେଇ କୃଷିର ବିକାଶରେ ଭାଗୀଦାର ହେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ସମବାୟ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓୟୁଏଟିର ଡ.ସ୍ୱାମୀନାଥନ୍‌ ହଲ୍‌ରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଚାଷୀମାନଙ୍କୁ ସମବାୟ ବ୍ୟାଙ୍କ ଓ କୃଷି ଋଣ ସମବାୟ ସମିତିମାନେ ପ୍ରଦାନ କରୁଥିବା ସେବା ବିଷୟରେ ଅବଗତ କରିବା ଓ ଉପଲବ୍ଧ ସେବା ଗ୍ରହଣ କରିବା ପାଇଁ ଆବଶ୍ୟକୀୟ ସଚେତନତା ସୃଷ୍ଟି ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ କର୍ମଶାଳା ଓ ଗ୍ରାମାଞ୍ଚଳରେ ଜନସଂପର୍କ ଅଭିଯାନର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । କ୍ଷୁଦ୍ର ଓ ନାମମାତ୍ର ·ଷୀମାନଙ୍କୁ କୃଷି ଋଣ ସହଜ ଏବଂ ସୁଲଭରେ ଉପଲବ୍ଧ କରିବା ପାଇଁ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ବିନାସୁଧରେ ଏବଂ ଏକ ଲକ୍ଷରୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ୨ ପ୍ରତିଶତ ସୁଧରେ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ପ୍ରତ୍ୟେକ ଚାଷୀ ପରିବାର ଏହାର ସୁଯୋଗ ନିଅନ୍ତୁ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୁଅନ୍ତୁ । ପ୍ରତ୍ୟେକ ଚାଷୀ ପରିବାରକୁ ସମବାୟ ଆନ୍ଦୋଳନର ପରିସରଭୁକ୍ତ କରିବା ସମବାୟ ଆନ୍ଦୋଳନର ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ । ମନ୍ତ୍ରୀ ଶ୍ରୀ ନାୟକ ପୁଣି କହିଲେ ଯେ କୃଷି ଉତ୍ପାଦନରେ ଆମେ ରେକର୍ଡ କରିଛୁ । ରାଜ୍ୟକୁ ପାଞ୍ଚଥର କୃଷିକର୍ମଣ ପୁରସ୍କାର ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କାଳିଆ ଯୋଜନା ଓ ବଳରାମ ଯୋଜନା ଚାଷ ଓ ଚାଷୀର ଉନ୍ନତି ସାଧନ କରି ବେଶ୍‌ ସଫଳତା ପାଇଛି । ୫-ଟିର ଉପଯୋଗ କରି ସମବାୟ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବାକୁ ପଡ଼ିବ । ପ୍ୟାକ୍ସ ଓ ଲ୍ୟାମ୍ପସ୍‌ ଭଲ କାମ କରୁଛନ୍ତି । ସମବାୟ ବିଭାଗ ସମାଜର ତଳସ୍ତରର ଲୋକଙ୍କ ଆର୍ଥିକ ଉତ୍‌ଥାନ ଦିଗରେ ମିଶନ ମୋଡ୍‌ରେ କାର୍ଯ୍ୟ କରୁ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ । ଉନ୍ନୟନ କମିଶନର ଓ କୃଷି ଉତ୍ପାଦନ କମିଶନର ପ୍ରଦୀପ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ କୃଷି ଓ ସମବାୟ ରାଜ୍ୟ ବିକାଶର ଏକ ପ୍ରମୁଖ କ୍ଷେତ୍ର । ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ କୃଷି କ୍ଷେତ୍ରରେ ରାଜ୍ୟକୁ ଅନେକ ସଫଳତା ମିଳିପାରିଛି । ଧାନ ଉତ୍ପାଦନ, ପନିପରିବା ଚାଷ, ମାଛଚାଷ, ଗୋପାଳନ ଆଦ କ୍ଷେତ୍ରରେ ଆମେ ଆଶାନୁରୂପ ସଫଳତା ପାଇପାରିଛୁ । ସମବାୟ ବ୍ୟାଙ୍କଗୁଡ଼ିକର ଅବଦାନଯୋଗୁଁ ଏ ସମସ୍ତ ସଫଳତା ମିଳିପାରିଛି । କୃଷି ଋଣର ୭୫ ପ୍ରତିଶତ ସମବାୟ ବ୍ୟାଙ୍କମାନେ ହିଁ ଯୋଗାଉଛନ୍ତି । ଓଡ଼ିଶାକୁ ଅଗ୍ରଣୀ କୃଷିଭିତ୍ତିକ ରାଜ୍ୟ ଭାବେ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଦେବାରେ ସମବାୟ ବ୍ୟାଙ୍କଗୁଡ଼ିକ ଯ˜ବାନ ହେବା ଜରୁରି । ଅଧିକରୁ ଅଧିକ ଚାଷୀମାନଙ୍କୁ ଋଣ ଦେବା, ସୁଧବିହୀନ ଋଣ ନେବା ପାଇଁ ପ୍ରବର୍ତ୍ତାଇବା ଓ ଋଣ ମାଧ୍ୟମରେ ସେମାନଙ୍କୁ ଆଗକୁ ବଢ଼ାଇବା ସମବାୟ ବ୍ୟାଙ୍କଗୁଡ଼ିକର କର୍ତ୍ତବ୍ୟ ଓ ଦାୟିତ୍ୱ ହେଉ ବୋଲି ଶ୍ରୀ ଜେନା କହିଥିଲେ । ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚଢ଼ା କହିଲେ ଯେ ଚାଷକୁ ଲାଭଜନକ କରିବା ଆଜି ଜରୁରୀ ହୋଇପଡ଼ିଛି ।ଚାଷ ପାଇଁ ବ୍ୟୟକୁ କମାଇବାକୁ ପଡ଼ିବ । ସେଥିପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଋଣର ସୁଯୋଗ ଚାଷୀମାନଙ୍କୁ ନେବାକୁ ପଡ଼ିବ । ସାହୁକାରମାନଙ୍କଠାରୁ ଋଣ ନନେଇ ଚାଷୀମାନେ ସମବାୟ ଋଣ ନେଟ୍‌ୱାର୍କକୁ ଆସିବାକୁ ପଡ଼ିବ । ରାଜ୍ୟର ସମସ୍ତ ମାଇକ୍ରୋ ଏଟିଏମ୍‌କୁ କାର୍ଯ୍ୟକ୍ଷମ କରିବୁ । ପ୍ୟାକ୍ସକୁ ଅଧିକ ବିକଶିତ ଓ ପ୍ରଭାବୀ କରିବା ପାଇଁ ଉନ୍ନତ ପ୍ରଶିକ୍ଷଣର ବ୍ୟବସ୍ଥା ହେବ । ପ୍ୟାକ୍ସର କମ୍ପ୍ୟୁଟରୀକରଣକୁ ଅଧିକ ଜୋରଦାର କରିବୁ ଓ ରାଜ୍ୟରେ ୧୨୦୦ ନୂଆ ପ୍ୟାକ୍ସ ଗଠନ କରାଯିବ ବୋଲି ଶ୍ରୀ ଚଢ଼ା କହିଥିଲେ ।

Leave A Reply

Your email address will not be published.