ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ଅଚଳ, ଧୈର୍ଯ୍ୟ ଧର, ଦୋଷୀକୁ ନିଶ୍ଚୟ ଦଣ୍ଡ ମିଳିବ: ବିଜେଡି

0 127

ଭୁବନେଶ୍ୱର, ୨୨ା୨(ଡିକେ ନ୍ୟୁଜ): ବିଧାନସଭା ବଜେଟ୍‌ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ନବ ଦାସ ହତ୍ୟାକାଣ୍ଡକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିଲା । ବିଜେପି ସିବିଆଇ ତଦନ୍ତ ଦାବିରେ ଅଟଳ ଥିବାବେଳେ କଂଗ୍ରେସ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ତଦନ୍ତ ଦାବି କରିଥିଲା । ବିରୋଧୀ ଦଳ ନେତା କହିଥିଲେ ଯଦି କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ବିଭିନ୍ନ ପରୀକ୍ଷା ହୋଇଛି, ତେବେ ସିବିଆଇ ତଦନ୍ତ କାହିଁକି କରାଯିବ ନାହିଁ । ସିବିଆଇ ଉପରେ ରାଜ୍ୟ ସରକାରଙ୍କ ବିଶ୍ୱାସ ନାହିଁ କି ବୋଲି ସେ ପ୍ରଶ୍ନ କରିଥିଲେ । ବିରୋଧୀଙ୍କୁ ବିଜେଡି କଡ଼ା ଉତ୍ତର ଦେଇ କହିଛି ଯେ, ତଦନ୍ତ ଠିକ୍‌ ବାଟରେ ଚାଲିଛି । ପ୍ରସଙ୍ଗର ରାଜନୀତିକରଣ ବନ୍ଦ କରିବା ଦରକାର । ବିରୋଧୀ ଧୈର୍ଯ୍ୟ ଧରନ୍ତୁ ଦୋଷୀକୁ ନିଶ୍ଚୟ ଦଣ୍ଡ ମିଳିବ । ସକାଳେ ବାଚସ୍ପତି ପ୍ରଥମେ ପୂର୍ବାହ୍ଣ ୧୧.୩୦ ଯାଏ ଗୃହ ମୁଲତବି ରଖିଥିଲେ । ଏହାପରେ ସମାନ ସ୍ଥିତି ଜାରି ରହିଥିବାବେଳେ ହଟ୍ଟଗୋଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତି ଉପସ୍ଥାପନ କରିଥିଲେ । ପୁଣି ଅପରାହ୍ନ ୪.୩୦ରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ବି ହଟ୍ଟଗୋଳ ·ଲିଥିଲା । ଗୃହର ମଧ୍ୟଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ଆସି ନାରାବାଜି କରିଥିଲେ । ଏହି ପରିପ୍ରେକ୍ଷୀରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ନେଇ ବିଜେଡି ସଦସ୍ୟମାନେ ନିଜ ଆସନରେ ଛିଡା ହୋଇ ନାରାବାଜି କରିଥିଲେ । ଗୁରୁବାର ମୋସନ ଜରିଆରେ ବିରୋଧୀଙ୍କ ଦାବି ଆଲୋଚନା ହେବା ନେଇ ବାଚସ୍ପତିଙ୍କ ଘୋଷଣା ପରେ ବି ବିରୋଧୀଙ୍କ ହଟଗୋଳ କମି ନଥିଲା । ପ୍ଲାକାର୍ଡ ଧରି ନାରାବାଜିକୁ ଜାରି ରଖିଥିଲେ । ବାଚସ୍ପତିଙ୍କ ଅନୁରୋଧ ରକ୍ଷା କରି ବିଜେଡି ନାରାବାଜିରୁ ବିରତି ରହି ଆଲୋଚନାରେ ଭାଗ ନେଇଥିଲେ । ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବକ୍ତବ୍ୟ ରଖିଥିଲେ । ତଥାପି ହଟଗୋଳ ଲାଗି ରହିବାରୁ ଗୁରୁବାର ସକାଳ ସାଢେ଼ ୧୦ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି ।

Leave A Reply

Your email address will not be published.