ଖସିଲା ସୁନା ଦର

0 88

ନୂଆଦିଲ୍ଲୀ : ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଶସ୍ତା ହେଲା ସୁନା ଦର । ଆଜି ୨୭୦୦ଟଙ୍କା ଶସ୍ତା ହୋଇଛି ସୁନା । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ପ୍ରାୟ ୫୬ ହଜାର କାରବାର କରୁଛି । ଏହି ସମୟରେ ରୂପା ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇଛି । ଆଜି ରୂପା ୬୫ ହଜାର ୮୦୦ରେ କାରବାର ହେଉଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ୦.୦୯ ପ୍ରତିଶତ ହ୍ରାସ ସହିତ ୧୦ ଗ୍ରାମ ପ୍ରତି ୫୬ ହଜାର ୧୨୦ ଟଙ୍କାରେ କାରାବାର ହେଉଛି । ଏଥିସହିତ ପୂର୍ବ କାରବାରରେ ସୁନା ୧୦ ଗ୍ରାମ ପିଛା ୫୬ ହଜାର ୪୭୧ଟଙ୍କାରେ ବନ୍ଦ ହୋଇଥିଲା । ଏହା ବ୍ୟତୀତ ରୂପା ମୂଲ୍ୟ ବିଷୟରେ କହିବାକୁ ଗଲେ ରୂପା ୦.୨୮ ପ୍ରତିଶତ ଅର୍ଥାତ୍‌ ୨୩୦ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୬୫ ହଜାର ୮୬୬ ଟଙ୍କାରେ କାରବାର ହେଉଛି । ଯଦି ଆମେ ବିଶ୍ୱ ବଜାର ବିଷୟରେ ଆଲୋଚନା କରିବା, ତେବେ ଆମେରିକା ବଜାରରେ ମଧ୍ୟ ସୁନା ଦର ହ୍ରାସ ପାଇଛି । ଆମେରିକାର ସୁନା ଅନ୍ସ ୧,୮୪୨.୫୦ ଡଲାରରେ କାରବାର କରି ୦.୪୨ ପ୍ରତିଶତ ହ୍ରାସ ପାଇଛି । ସେହିପରି ରୂପା ୧.୪୪% ବୃଦ୍ଧି ପାଇ ୨୨.୦୨୭ ଡଲାରରେ ପହଞ୍ଚିଛି ।

Leave A Reply

Your email address will not be published.