ଭାରତର ସହାୟତା ଲୋଡିଲା ୟୁକ୍ରେନ

0 87

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧର ଏକ ପୂର୍ତ୍ତି ଅବସରରେ ଜାତିସଂଘ ସାଧାରଣ ମହାସଭାରେ କ୍ରେମଲିନ ବିପକ୍ଷରେ ପ୍ରସ୍ତାବ ଆଣିବା ପାଇଁ ୟୁକ୍ରେନ ଜରଦାର ପ୍ରୟାସ କରୁଛି । ୟୁକ୍ରେନ ଏହି ମାମଲାରେ ଭାରତର ସହାୟତା ଚାହୁଁଛି । ଏହାକୁ ନେଇ ୟୁକ୍ରେନ ଭାରତର ସରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ ସହ ଯୋଗାଯୋଗ କରିଛି । ୟୁକ୍ରେନ ରାଷ୍ଟ୍ରପତି କାର୍ଯ୍ୟାଳୟର ମୁଖ୍ୟ ଏଣ୍ଡ୍ରୀୟ ୟେରମ୍ୟାକ୍‌ ଏନଏସଏ ଅଜିତ୍‌ ଡୋଭାଲଙ୍କୁ ଫୋନ କରି ସହଯୋଗ ମାଗିଛନ୍ତି । ୟେରମେକ୍‌ କହିଛନ୍ତି ଯେ ଫେବ୍ରୁଆରୀ ୨୩ରେ ଆଗତ ହେବାକୁ ଥିବା ପ୍ରସ୍ତାବ ଉପରେ ୟୁକ୍ରେନ ସବୁ ଦେଶର
ସହଯୋଗ ଚାହୁଁଛି । ସେ କହିଛନ୍ତି, “ଆମ ପାଇଁ ଭାରତର ସହଯୋଗ ଅତ୍ୟନ୍ତ ଜରୁରୀ ଅଟେ । ଆମର ବିଶ୍ୱାସ ଯେ ଏହି ପ୍ରସ୍ତାବରେ ଭାରତ ଆମକୁ ସମର୍ଥନକରିବ । ଭାରତ ସର୍ବଦା ସାର୍ବଭୌମତ୍ୱ ଏବଂ ସୀମାରେ ଶାନ୍ତି ବିଷୟରେ ମତ ରଖି ଆସୁଛି । ଆମ ଲକ୍ଷ ପାରଦର୍ଶୀ ଏବଂ ସ୍ପଷ୍ଟ । ଆମେ ରୁଷରେ ଗୋଟିଏ ଇଞ୍ଚ ଜମି ମଧ୍ୟ ଦାବି କରୁ ନାହିଁ । ଆମେ କେବଳ ଆମ ଭୂମି ଚାହୁଁଛୁ’ । ଭାରତ ପକ୍ଷରୁ ଫୋନର ଜବାବରେ କଣ କୁହାଯାଇଛି ସେନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମାମଲାରେ ଅନେକ ଥର ରୁଷ ଏବଂ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହୋଇସାରିଛନ୍ତି । ଗତ ବର୍ଷ ଫେବ୍ରୁଆରୀ ୨୪ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଥିଲା । ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଦୁଇ ଦେଶକୁ ଆଲୋଚନା ଏବଂ କୂଟନୈତିକ ମାର୍ଗରେ ବିବାଦର ସମାଧାନ ବାହାର କରିବା ପାଇଁ କହିଥିଲେ ।

Leave A Reply

Your email address will not be published.