୫ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଓ ନୂଆପଡ଼ା ଗସ୍ତ, ଫୋକସ୍‌ରେ ପଶ୍ଚିମ ଓଡ଼ିଶା

0 86

ଗୋଲାମୁଣ୍ଡା, ୨୬ା୨(ଡିକେ ନ୍ୟୁଜ): ଆସନ୍ତା ୫ରେ କଳାହାଣ୍ଡି ଓ ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନେକ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏଥର ଫୋକସ୍‌ରେ ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମଓଡ଼ିଶା । ୨୦୨୩ ପ୍ରଥମ ଦୁଇମାସରେ ମୁଖ୍ୟମନ୍ତ୍ରୀଙ୍କ ଏହା ପଞ୍ଚମ ପଶ୍ଚିମ ଓଡ଼ିଶା ଗସ୍ତ ହେବ । ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତ କରି ବିଜୁ ଏକ୍ସପ୍ରେସ୍‌ ୱେର ଲୋକାର୍ପଣ କରିବେ । ଏହାପରେ ସିନାପାଲି ଅଭିମୁଖେ ଏକ ସ୍ୱତନ୍ତ୍ର ବସ୍‌ ଯୋଗେ ବିଜୁ ଏକ୍ସପ୍ରେସ୍‌ ୱେ ରାସ୍ତାରେ ଗସ୍ତ କରିବେ । ବିଜୁ ଏକ୍ସପ୍ରେସ୍‌ ୱେ ପଶ୍ଚିମ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିର ଅନ୍ୟତମ ବାହକ ହେବ ବୋଲି କୁହାଯାଉଛି । ରାଉରକେଲାରୁ ଆମପାଣିକୁ ସଂଯୋଗ କରୁଥିବା ୫୪୬ କିମି ଦୈର୍ଘ୍ୟ ବିଶିଷ୍ଟ ୪ ଲେନ୍‌ ବିଜୁ ଏକ୍ସପ୍ରେସ୍‌ ୱେର ନିର୍ମାଣ କରାଯାଇଛି । ସେଥିରୁ ୨୦୨୨- ୨୩ରେ ୬୦୦ କୋଟି ଟଙ୍କା ବ୍ୟୟରେ ଶେଷ ପର୍ଯ୍ୟାୟରେ ନୂଆପଡ଼ା ଖରିଆର ରୋଡ୍‌ ଇନ୍‌ଡୋର ଷ୍ଟାଡିୟମ୍‌ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବସ୍‌ ଯୋଗେ କଳାହାଣ୍ଡିର ଜୁନାଗଡ଼ ଯିବାର କାର୍ଯ୍ୟକ୍ରମ ରହିଛି । ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଖେଳପଡିଆରେ ଅବତରଣ କରିବା ସହ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଆମ୍ବପାଣିରୁ ଧର୍ମଗଡ ଭାୟା ଗୋଲାମୁଣ୍ଡା ସିନାପାଲିରେ ୧୮୨ କୋଟି ଟଙ୍କାରେ ନିର୍ମିତ ଦୀର୍ଘ ୭୧ କିମି ରାସ୍ତାର ଲୋକାର୍ପଣ ହେବ । ଏହାସହ ପ୍ରାୟ ତିନି କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ଧର୍ମଗଡ ସରକାରୀ ବସ୍‌ଷ୍ଟାଣ୍ଡ ଓ ୭ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର୍‌ ଷ୍ଟାଡିୟମ୍‌ ଲୋକାର୍ପଣ କରିବେ । ସେହିପରି ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି । ସେହିପରି ବିଜୁ ଏକ୍ସପ୍ରେସରେ ବସ୍‌ ଶୋଭାଯାତ୍ରାରେ ଯିବା ସହିତ ଧର୍ମଗଡ ନିର୍ବାଚନ ମଣ୍ଡଳୀର କୋକସରା ବ୍ଲକରେ ମଧ୍ୟ ଏକ ସାଧାରଣ ସଭାରେ ସାମିଲ ହେବା ନେଇ ଜଣାପଡ଼ିଛି । ଘାଟିପଦାଠାରୁ ଆମପାଣି ପର୍ଯ୍ୟନ୍ତ ୧୭୬କିମି ରାସ୍ତାର ନିର୍ମାଣ ଶେଷ ହୋଇଛି । ସେଥିରୁ ନୂଆପଡ଼ା ଜିଲ୍ଲାର ସଦର ବ୍ଲକ୍‌ ସାହିପଲାରୁ ସିନାପାଲି ବ୍ଲକ୍‌ର ଧିଙ୍କିଆମୁଣ୍ଡା ପର୍ଯ୍ୟନ୍ତ ପ୍ରାୟ ୧୨୧ କିମି ପର୍ଯ୍ୟନ୍ତ ରାସ୍ତା ରହିଛି । ନୂଆପଡ଼ା ଏବଂଖରିଆର ରୋଡ୍‌ ଇନ୍‌ଡୋର ଷ୍ଟାଡିୟମ୍‌ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବସ୍‌ ଯୋଗେ କଳାହାଣ୍ଡିର ଜୁନାଗଡ଼ ଯିବାର କାର୍ଯ୍ୟକ୍ରମ ରହିଛି । ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଖେଳପଡିଆରେ ଅବତରଣ କରିବା ସହ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଆମ୍ବପାଣିରୁ ଧର୍ମଗଡ ଭାୟା ଗୋଲାମୁଣ୍ଡା ସିନାପାଲିରେ ୧୮୨ କୋଟି ଟଙ୍କାରେ ନିର୍ମିତ ଦୀର୍ଘ ୭୧ କିମି ରାସ୍ତାର ଲୋକାର୍ପଣ ହେବ । ଏହାସହ ପ୍ରାୟ ତିନି କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ଧର୍ମଗଡ ସରକାରୀ ବସ୍‌ଷ୍ଟାଣ୍ଡ ଓ ୭ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର୍‌ ଷ୍ଟାଡିୟମ୍‌ ଲୋକାର୍ପଣ କରିବେ । ସେହିପରି ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି । ସେହିପରି ବିଜୁ ଏକ୍ସପ୍ରେସରେ ବସ୍‌ ଶୋଭାଯାତ୍ରାରେ ଯିବା ସହିତ ଧର୍ମଗଡ ନିର୍ବାଚନ ମଣ୍ଡଳୀର କୋକସରା ବ୍ଲକରେ ମଧ୍ୟ ଏକ ସାଧାରଣ ସଭାରେ ସାମିଲ ହେବା ନେଇ ଜଣାପଡ଼ିଛି ।

Leave A Reply

Your email address will not be published.