ଗ୍ୟାସ ଦର ବୃଦ୍ଧି: କେନ୍ଦ୍ର ଉପରେ ବର୍ଷିଲା ବିଜେଡି

0 101

ଭୁବନେଶ୍ୱର : ଗତକାଲି କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡର ପୁଣି ୫୦ ଟଙ୍କା ବୃଦ୍ଧି କରିଛନ୍ତି । ଏହା ସାଧାରଣ ଲୋକଙ୍କୁ ବାଧୁଛି । ହେଲେ ଓଡିଶା ବିଜେପିର ଏଥିପାଇଁ କିଛି ବକ୍ତବ୍ୟ ନାହିଁ । ବିଜେଡି ଆଞ୍ଚଳିକ ଦଳ । ଦେଶର ଅଖଣ୍ଡତା ପାଇଁ ଯାହା କେନ୍ଦ୍ର ଚାହିଁଛି, ଆମେ ସମର୍ଥନ ଦେଇଛୁ । ହେଲେ ଯେଉଁଠି ସମର୍ଥନ ଦେଇ ହେବନି, ଆମେ ଅଣଦେଖା କରିବୁ ନାହିଁ । ଆମେ ସ୍ୱର ଉତ୍ତୋଳନ କରି ଦୃଷ୍ଟି ଆକର୍ଷଣ କରିବୁ । ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସରକାର ଆସିଲେ । ସାଧାରଣ ଲୋକଙ୍କ ମନକୁ ଛୁଇଁଥିଲା ଉଜ୍ଜଳା ଯୋଜନା । ଘରେ ମାଆ ମାଉସୀ ମାନେ ଚୁଲି ଫୁଙ୍କି ଲୁହ ଝରୁଥିଲା । ଏବେ ସେଥିପାଇଁ ସହଜ ଓ ସୁଲଭ ମୂଲ୍ୟରେ ସିଲିଣ୍ଡର ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପେଟ୍ରୋଲ ପାମ୍ପରେ ବି ଉଜ୍ଜଳା ଫଟୋ ଲାଗି ପ୍ରଚାର ଚାଲିଥିଲା । ୨୧ ଲକ୍ଷ ପରିବାର ଏହାର ଉପଭୋକ୍ତା ଥିଲା । ୨୦୧୪ରେ ଦର ଥିଲ ୪୧୦ଟଙ୍କା । ଏବେ ଏହା ୧୧୦୦ ପାର ହେଲାଣି । ଯାହା ତିନି ଗୁଣ ବଢିଛି । ଯାହା ସାଧାରଣ ଲୋକଙ୍କୁ ବାଧୁଛି । ସାଧାରଣ ଲୋକଙ୍କ ପାଇଁ କରୋନା ସମୟରେ ଅତିରିକ୍ତ ୫ କିଲୋ ଚାଉଳ ବ୍ୟବସ୍ଥା କରାଯାଇଥିଲା । ହେଲେ ଜାନୁଆରୀ ୧ ରୁ ଏହା କମାଇ ଦିଆଯାଇଛି । ଲାଗୁଛି ପ୍ରଧାନମନ୍ତ୍ରୀ ଗରିବଙ୍କ କଲ୍ୟାଣ ଚାହୁଁ ନାହାନ୍ତି । ଚାଉଳ କାଟିଲେ । ସେପଟେ ରାନ୍ଧିବା ପାଇଁ ଯେଉଁ ଗ୍ୟାସ ସିଲିଣ୍ଡର ରହିଛି ତାହାର ଦର ବଢ଼ାଇ ଦିଆଯାଇଛି ।

ସେ ବୋଧେ କଞ୍ଚା ଚାଉଳ ଖାଇବାକୁ କହୁଛନ୍ତି । ଏହାକୁ ମୁଁ ବିରୋଧ କରୁଛି । ସବୁ ଘରେ ଏହାର ପ୍ରଭାବ ପଡିଛି । ଏବେ ଏହା ସମସ୍ତଙ୍କୁ କନ୍ଦାଇଲାଣି । ହେଲେ ବିଜେପି ଚୁପ ରହିବା ଜଣାଉଛି ଉତ୍ତର ଦେବାକୁ ଡର ଲାଗୁଛି । ଦର ବୃଦ୍ଧି, ବେକାରୀ ଉପରେ ବିଜେଡି ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି । ଏହା ଆମ ଦାୟିତ୍ୱ । ପ୍ରଥମ ୧୦ରୁ ୧୫ ବର୍ଷ ବିଜେଡିର ସ୍ଲୋଗାନ ଥିଲା ବିଜୁ ଜନତା ଦଳ ଲୋକଙ୍କ ବଳର, ତେଣୁ ଆମେ ସବୁ ଦିନ ଆନ୍ଦୋଳନରେ ଅଛୁ । ବିଜେଡି ଗୋଟେ ଜନ ଆନ୍ଦୋଳନ ।

Leave A Reply

Your email address will not be published.