ନାଗାଲାଣ୍ଡ ଓ ତ୍ରିପୁରାରେ ପୁଣି ବିଜେପି : ମେଘାଳୟରେ ଝୁଲା

0 97

ନୂଆଦିଲ୍ଲୀ, : ବିଜେପି ଓ ତା’ର ସହଯୋଗୀ ଦଳଗୁଡ଼ିକ ମିଳିତ ଭାବେ ତ୍ରିପୁରା ଓ ନାଗାଲାଣ୍ଡରେ ବିଜୟ ବାନା ଉଡ଼ାଇଛନ୍ତି । ତ୍ରିପୁରାରେ ବିଜେପି ଅଳ୍ପକେ ବାଜିମାତ କରିଥିବା ବେଳେ ନାଗାଲାଣ୍ଡରେ ଦଳ ଏନଡିପିପି ସହ ମିଶି ନିର୍ବାଚନ ବୈତରଣୀ ପାର ହୋଇଛି । ତେବେ ମେଘାଳୟବାସୀ କୌଣସି ଦଳକୁ ସରକାର ଗଠନ ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଦେଇ ନାହାନ୍ତି । ଅର୍ଥାତ ଏଠାରେ ଝୁଲା ବିଧାନସଭା ଦେଖିବାକୁ ମିଳିଛି । ତେବେ କନରାଡ ସାଙ୍ଗମାଙ୍କ ଦଳ ଏନପିପି ସର୍ବାଧିକ ୨୫ଟି ଆସନ ଜିତିଛି । ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୧ । ତେଣୁ ସାଙ୍ଗମା ପୁଣି ବିଜେପି ସହ ମେଣ୍ଟ କରୁଛନ୍ତି ନା କଂଗ୍ରେସ ଆଡ଼କୁ ଢଳୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି ।

ଏନପିପି ରାଜ୍ୟରେ ୨୫ଟି ଆସନ ଜିତିଥିବା ବେଳେ ବିଜେପି ୪ଟି, କଂଗ୍ରେସ ୫ଟି ଓ ଅନ୍ୟାନ୍ୟ ଦଳ ୨୫ଟି ଆସନ ଜିତିଛନ୍ତି । ତେଣୁ ସାଙ୍ଗମା ଏବେ ଅନ୍ୟ ଦଳ ଜିତିଥିବା ୨୫ଟି ଆସନରୁ କିଛି ବିଧାୟକଙ୍କୁ ନିଜ ପାଖକୁ ଆଣିବାକୁ ଯୋଜନା କରିପାରନ୍ତି । ତ୍ରିପୁରାରେ ବିଜେପି ଓ ତା’ର ସହଯୋଗୀ ଦଳ ଆଇପିଏଫଟି ମିଳିତ ଭାବେ ୩୩ଟି ଆସନ ଜିତିଛନ୍ତି । ଏଠାରେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୧ । ତେଣୁ ମ୍ୟାଜିକ ନମ୍ବର ଠାରୁ ବିଜେପି ମେଣ୍ଟ ମାତ୍ର ୨ଟି ଆସନ ଅଧିକ ଜିତିଛି ।

Leave A Reply

Your email address will not be published.