ନୂଆଦିଲ୍ଲୀ : ହୋଲି ପୂର୍ବରୁ ସୁନାରୂପା ଦାମ୍ ଖସିଛି । ଭାରତୀୟ ସରୋଫରା ବଜାରରେ ଆଜି ସୁନାରୂପା ଦାମରେ ହ୍ରାସ ଦେଖିବାକୁ ମିଳିଛି । ୧୦ ଗ୍ରାମ ସୁନା ଦାମ୍ ହ୍ରାସ ପାଇ ୫୫,୭୦୦ ଟଙ୍କା ହୋଇଯାଇଛି । ଏକ କିଲୋ ରୂପା ଦାମ୍ ମଧ୍ୟ ହ୍ରାସ ପାଇ ୬୩,୮୨୫ ଟଙ୍କା ପ୍ରତି କିଲୋଗ୍ରାମ ହୋଇଯାଇଛି । ଗୁରୁବାର ସୁନା ଦାମ୍ ୨୯୫ ଟଙ୍କା ହ୍ରାସ ପାଇ ୫୫,୭୦୦ ପ୍ରତି ୧୦ ଗ୍ରାମ ହୋଇଯାଇଛି । ଗତ ବାଣିଜ୍ୟିକ ସେସନରେ ସୁନା ୫୫,୯୯୫ ଟଙ୍କା ପ୍ରତି ୧୦ ଗ୍ରାମ ଦାମରେ ବନ୍ଦ ହୋଇଥିଲା ।
ଏହି ସମୟରେ ରୂପା ଦାମ୍ ୬୪୦ ଟଙ୍କା ହ୍ରାସ ପାଇ ୬୪,୩୮୦ ଟଙ୍କା ପ୍ରତି କିଲୋଗ୍ରାମରେ ବନ୍ଦ ହୋଇଥିଲା । ଅନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ହ୍ରାସ ପାଇ ୧୮୩୧ ଡଲାର ପ୍ରତି ଆଉନ୍ସ ରହିଛି । ସେହିଭଳି ରୂପା ଦାମ୍ ମଧ୍ୟ ହ୍ରାସ ପାଇ ୨୦.୮୦ ଡଲାର ପ୍ରତି ଆଉନ୍ସ ରହିଛି । କହିରଖୁଛୁ ଆପଣ ଏହି ଦାମ୍ ସହଜରେ ଘରେ ବସି ମଧ୍ୟ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଏହି ନମ୍ବର ୮୯୫୫୬୬୪୪୩୩ରେ ମିସ୍ଡ କଲ ଦେବାକୁ ହେବ ଏବଂ ଆପଣଙ୍କ ଫୋନରେ ମେସେଜ୍ ଆସିଯିବ ଯେଉଁଥିରେ ଆପଣ ଲାଟେଷ୍ଟ ରେଟ୍ସ ଚେକ୍ କରିପାରିବେ ।