ଦିଲ୍ଳୀ ମଦ ନୀତି ଘୋଟାଲା: ଇଡି ହେପାଜତରେ ବ୍ୟବସାୟୀ ଅମନଦୀପ ଧାଲ୍‌

0 99

ନୂଆଦିଲ୍ଲୀ : ଦିଲ୍ଳୀ ମଦ ନୀତି ଘୋଟାଲା ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି । ସିସୋଦିଆ ସିବିଆଇ ହେପାଜତରେ ମାର୍ଚ୍ଚ ୪ ପର୍ଯ୍ୟନ୍ତ ରହିବେ । ଆଉ ଏବେ ଏହାର ତିନି ଦିନ ପରେ ପୁଣି ଜଣକୁ ଘୋଟାଲା ମାମଲାରେ ଗିରଫ କରାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବ୍ୟବସାୟୀ ଅମନଦୀପ ଧାଲ୍‌ଙ୍କୁ ମଦ ନୀତି ଘୋଟଲାରେ ଗିରଫ କରିଛି । ଅନେକ ଘଣ୍ଟାର ପଚରା ଉଚରା ପରେ ବୁଧବାର ସନ୍ଧ୍ୟାରେ ମନି ଲଣ୍ଡ୍ରି ଆକ୍ଟ ଅନୁଯାୟୀ ତାଙ୍କୁ ଗିରଫ କରିଥିଲା ଇଡି । ସୂଚନାଯୋଗ୍ୟ, ବ୍ରାଇଣ୍ଡକୋ ସେଲ୍ସର ଡାଇରେକ୍ଟର ଧାଲ୍‌, ଦିଲ୍ଲୀ ସରକାରଙ୍କ ନୂଆ ମଦ ନୀତିରେ ଏକ ଗରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ସିବିଆଇର ତାଲିକାରେ ମଧ୍ୟ ତାଙ୍କର ନାଁ ରହିଛି । ଅନ୍ୟଜଣେ ଅଭିଯୁକ୍ତ ରାମଚନ୍ଦ୍ରନ ପିଲ୍ଲଇଙ୍କ ବୟାନ ଅନୁଯାୟୀ, ଧାଲ୍‌ଙ୍କୁ ଦିଲ୍ଲୀ ମଦନୀତିର ଟିକିନିଖି ଖବର ଥିଲା ।

ଏମିତିକି ମଦ ନୀତିରେ କ’ଣ ପରିବର୍ତ୍ତନ ହୋଇଥିଲା ତାହା ମଧ୍ୟ ଜାଣିଥିଲେ ଧାଲ୍‌ । ପିଲ୍ଲଇ ଅଭିଯୋଗ କରିଥିଲେ ଯେ ଅମନଦୀପ ତାଙ୍କୁ, ନୂଆ ମଦନୀତି ଦ୍ୱାରା କିପରି ବଜାର କାମ କରିବ ତାହା ବୁଝାଇଥିଲେ ।  ଏହା ସହ ଏଥିରେ ଥିବା ଗଳାବାଟକୁ କିପରି ସେମାନଙ୍କର ଫାଇଦା ପାଇଁ ବ୍ୟବହାର କରିପାରିବେ ତାହା ମଧ୍ୟ କହିଥିଲେ । ତଦନ୍ତକାରୀ ସଂସ୍ଥା ଅନୁଯାୟୀ ସିସୋଦିଆ ଘୋଟାଲା ଏବଂ ନିଜର ପଦବୀର ଦୁର୍ବ୍ୟବହାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅମନଦୀପ ଧାଲ୍‌ ଆମ୍‌ ଆଦମୀ ପାର୍ଟୀ ଯୋଗାଯୋଗ ମୁଖ୍ୟ ଏବଂ ଅନ୍ୟ ଅଭିଯୁକ୍ତଙ୍କ ସହ କାର୍ଯ୍ୟ କରୁଥିଲା ।

Leave A Reply

Your email address will not be published.