୫୦୦୦ ରନ୍‌ ଓ ୫୦୦ ୱିକେଟ୍‌, କପିଳ ଓ ଇମ୍ରାନ୍‌ଙ୍କ କ୍ଲବ୍‌ରେ ଜାଡେ଼ଜା

0 186

ନୂଆଦିଲ୍ଲୀ : ଭାରତୀୟ ସ୍ପିନ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେ଼ଜା ଇନ୍ଦୋର ଟେଷ୍ଟ୍‌ର ପ୍ରଥମ ଦିବସରେ ଅଷ୍ଟ୍ରେଲିଆ ପ୍ରଥମ ପାଳିର ୪ ୱିକେଟ୍‌ ଅକ୍ତିଆର କରିଛନ୍ତି । ହୋଲ୍‌କାର କ୍ରିକେଟ୍‌ ଷ୍ଟାଡିୟମ୍‌ରେ ସେ ଟ୍ରାଭିସ୍‌ ହେଡ୍‌, ମାର୍ନସ ଲବୁସାନ, ଉସ୍‌ମାନ ଖୱାଜା ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଆଉଟ୍‌ କରିବା ପରେ ଆନ୍ତର୍ଜାତିକ କ୍ରିକେଟ୍‌ରେ ଏକ ଇତିହାସ ରଚିଛନ୍ତି । ହେଡ୍‌ଙ୍କୁ ଆଉଟ୍‌ କରି ଆନ୍ତର୍ଜାତିକ କ୍ରିକେଟ୍‌ରେ ୫୦୦ତମ ୱିକେଟ୍‌ ପୂରଣ କରିଥିଲେ । ଏହାପରେ ତାଙ୍କ ୱିକେଟ୍‌ ସଂଖ୍ୟା ୫୦୩ରେ ପହଞ୍ଚାଇଛନ୍ତି । ଫଳରେ ଆନ୍ତର୍ଜାତିକ କ୍ରିକେଟ୍‌ରେ ୫୦୦୦ ରନ୍‌ ଏବଂ ୫୦୦ ୱିକେଟ୍‌ର ଦ୍ୱୈତ ସଫଳତା ହାସଲ କରିବାରେ ଜାଦେଜା ଦୁଇ କିମ୍ବଦନ୍ତି ଭାରତର କପିଳ ଦେବ ଓ ପାକିସ୍ତାନର ଇମ୍ରାନ୍‌ ଖାନ୍‌ଙ୍କ କ୍ଲବ୍‌ରେ ନିଜ ନାମକୁ ଯୋଡ଼ିଛନ୍ତି ।

କପିଳ ଦେବ ତାଙ୍କ ଆନ୍ତର୍ଜାତିକ କ୍ୟାରିୟରରେ ୩୫୬ ମ୍ୟାଚ୍‌ରୁ ୯୦୩୧ ରନ୍‌ କରିଥିଲା ବେଳେ ୬୮୭ ୱିକେଟ୍‌ ଅକ୍ତିଆର କରିଥିଲେ । ଜାଡେ଼ଜା କିନ୍ତୁ ୨୯୮ତମ ମ୍ୟାଚ୍‌ରେ ଅବିଶ୍ୱସନୀୟ ଦ୍ୱୈତ ସଫଳତାର ଅଧିକାରୀ ହୋଇଛନ୍ତି । ଏହି ୩୪ ବର୍ଷ ବୟସ୍କ ଅଲ୍‌ରାଉଣ୍ଡର ଆନ୍ତର୍ଜାତିକ କ୍ରିକେଟ୍‌ରେ ୫୦୦୦ ରନ୍‌ ଏବଂ ୫୦୦ ୱିକେଟ୍‌ ଦଖଲ କରିବାରେ ମୋଟ ଉପରେ ୧୧ତମ ଖେଳାଳି ହୋଇଛନ୍ତି । ଉଭୟ କପିଳ ଓ ଜାଡେ଼ଜାଙ୍କ ବ୍ୟତୀତ ଏହି କ୍ଲବ୍‌ରେ ଇମାନ୍‌ ଖାନ୍‌, ୱାସିମ ଆକ୍ରମ, ଜାକ୍ସ କାଲିସ, ସାକିବ ଅଲ୍‌ ହାସନ, ସାହିଦ ଆଫ୍ରିଦି, ଡାନିଏଲ୍‌ ଭିଟୋରି, ଚମିନ୍ଦା ଭାସ୍‌, ସନ୍‌ ପୋଲକ ଏବଂ ଇଆନ୍‌ ବୋଥାମ ସଦସ୍ୟ ରହିଛନ୍ତି ।

Leave A Reply

Your email address will not be published.