କେନ୍ଦ୍ରୀୟ ଅବହେଳା: ଲୋକଙ୍କୁ ସଚେତନ କରିବ ବିଜେଡି

0 129

ଭୁବନେଶ୍ୱର : ଓଡିଶାକୁ ଅବହେଳା କରୁଛି କେନ୍ଦ୍ର । କେନ୍ଦ୍ରୀୟ ଅବହେଳା ଓ ଦର ନିୟନ୍ତ୍ରଣରେ କେନ୍ଦ୍ରର ବିଫଳତା ନେଇ ଲୋକଙ୍କୁ ବିଜେଡି ସଚେତନ କରିବ । ଓଡ଼ିଶାର ହଜାର ହଜାର ଗରିବ ଲୋକଙ୍କ ଚାଉଳ କାଟିବାଠାରୁ ଆରମ୍ଭ କରି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ କରୁଛି କେନ୍ଦ୍ର ସରକାର । ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଓ ଗରିବ ମାରଣ ନୀତିକୁ ଆମେ ବିରୋଧ କରିଛୁ ଓ କରିବୁ । ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡି ଲଢ଼ୁଛି ଆଉ ଲଢ଼ିବ ବୋଲି ବିଧାୟକ ଅମର ଶତପଥୀ କହିଛନ୍ତି । ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଉଛନ୍ତି ।

ଲୋକଙ୍କ ସାଙ୍ଗରେ ନବୀନ ଅଛନ୍ତି । କେନ୍ଦ୍ର ସରକାର ଅବହେଳା କରୁଛନ୍ତି । ଲୋକ କାହିଁକି ଚାଉଳ ଓ ଘର ପାଉନାହାନ୍ତି ସେ ବିଷୟରେ ବିଜେଡି ଲୋକଙ୍କୁ ଅବଗତ କରିବ । ଲୋକମାନେ ସଚେତନ ହେବେ ଓ ସବୁ କଥା ବିଚାର କରିବେ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି । ସେହିପରି ସମାନ ପସଙ୍ଗକୁ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ କେନ୍ଦ୍ର ଉପରେ ବର୍ଷିଛନ୍ତି ।

Leave A Reply

Your email address will not be published.