ମାର୍ଚ୍ଚ ୨୦ରେ ଭାରତ ଆସିବେ ଜାପାନ ପିଏମ୍‌

0 89

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶାଦା ୨୦୨୨ ମାର୍ଚ୍ଚରେ ଦିଲ୍ଲୀ ଯାତ୍ରାରେ ଆସିଥିଲେ । ଏହି ଯାତ୍ରା ବେଳେ ପିଏମ୍‌ ମୋଦୀଙ୍କ ସହ ଚୀନ ଛାଡି ଆସୁଥିବା ଜାପାନ କମ୍ପାନି ଗୁଡିକର ଭାରତରେ ପ୍ଲାଣ୍ଟ ପ୍ରତିଷ୍ଠା ଉପରେ ସେ ଆଲୋଚନା କରିଥିଲେ । ଦୁଇ ଦେଶର ମନ୍ତ୍ରାଳୟ ଏହା ଉପରେ ଅନେକ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି ଏବଂ ଭାରତ ଜାପାନ ଉଦ୍ୟୋଗିକ ପ୍ରତିଦ୍ୱନ୍ଦ୍ୱୀ ସହଭାଗୀ ଏହାର ଭବିଷ୍ୟତର ରୋଡ୍‌ ମ୍ୟାପ୍‌ ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି । ଏବେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଆସନ୍ତା ସପ୍ତାହରେ ଦ୍ୱିପାକ୍ଷିକ ଶିଖର ଆଲୋଚନାରେ ଭାଗ ନେବେ । ଆଲୋଚନାରେ ଏହି ରୋଡ୍‌ ମ୍ୟାପକୁ ତୂଡାନ୍ତ ରୂପ ଦିଆଯାଇପାରେ ।

ସୂତ୍ର ଅନୁସାରେ ଏହି ରୋଡ୍‌ ମ୍ୟାପ୍‌ ଜରିଆରେ ଜାପାନର ବଡ଼, ମଧ୍ୟମ ଏବଂ ଛୋଟ ସବୁ ପ୍ରକାର କମ୍ପାନିକୁ ଭାରତରେ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଜମି ଯୋଗାଯିବ । ଏହାସହ ଏଥିପାଇଁ ଆବଶ୍ୟକ ଶ୍ରମ ଶକ୍ତିର ବ୍ୟବସ୍ଥା ମଧ୍ୟ ଭାରତ କରାଇବ । ଆସନ୍ତା ମାର୍ଚ୍ଚ ୨୦ରେ ଜାପାନ ପ୍ରଧାନମନ୍ତ୍ରୀ ନିଜର ଦ୍ୱିତୀୟ ଭାରତ ଯାତ୍ରାରେ ଆସିବେ । ବିଦେଶ ମନ୍ତ୍ରାଳୟ ଅନୁସାରେ ପିଏମ ମୋଦୀଙ୍କ ସହ ତାଙ୍କର ବୈଠକ ସମୟରେ ଦ୍ୱିପାକ୍ଷିକ ଏବଂ କ୍ଷେତ୍ରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଏହାସହ ଜାପାନ ନେତୃତ୍ୱରେ ହେବାକୁ ଥିବା ଜି-୭ ବୈଠକ ଏବଂ ଭାରତ ନେତୃତ୍ୱରେ ଚାଲିଥିବା ଜି୨୦ ବୈଠକକୁ ନେଇ ମଧ୍ୟ ଆଲୋଚନା କରିବେ । ଜି-୭ ବୈଠକ ୨୦୨୩ ମେ’ରେ ଜାପାନରେ ଆୟୋଜନ ହେବ ଏବଂ ପିଏମ କିଶିଦା ଏଥି ପାଇଁ ପିଏମ ମୋଦୀଙ୍କୁ ଆମନ୍ତ୍ରଣ କରିବେ ।

ଭାରତ ପାଇଁ ସବୁଠୁ ବଡ଼ ସୁଯୋଗ ଏହା ଯେ ଜାପାନର ଅଧିକାଂଶ ବଡ଼ କମ୍ପାନି ଜିରୋଚୀନ ନୀତି ଉପରେ ଚାଲିବାକୁ ପ୍ରସ୍ତୁତି କରିଛନ୍ତି । ଅର୍ଥାତ୍‌ ଏହି କମ୍ପାନିଗୁଡିକ ସପ୍ଲାଇ ଚେନରେ ଚୀନର କୌଣସି ଭାଗିଦାରୀ ରହିବ ନାହିଁ । ଭାରତ ଏବଂ ଜାପାନ ମଧ୍ୟରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ଭାରତ- ପ୍ରଶାନ୍ତ କ୍ଷେତ୍ରର ଗତିବିଧି ଏବଂ ଚୀନର ନୀତି ଉପରେ ଆଲୋଚନା ହେବ । ଦୁଇ ଦେଶ ମଧ୍ୟରେ ବଢୁଥିବା ଘନିଷ୍ଠତା ପଛରେ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟ ଗୋଟିଏ କାରଣ ବୋଲି କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଚୀନ ସହ ଭାରତ ଏବଂ ଜାପାନର ସମ୍ପର୍କ ଲଗାତାର ଖରାପ ହେବାରେ ଲାଗିଛି ।

Leave A Reply

Your email address will not be published.