ଆର୍ଥିକ ପରିଚାଳନାରେ ଓଡ଼ିଶା ଦେଶରେ ନମ୍ବର ୱାନ

0 86

ଭୁବନେଶ୍ୱର : ମୁଖମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ, ସୁଚିନ୍ତିତ ଯୋଜନା ସହ ନିୟମିତ ଆର୍ଥିକ ସଂସ୍କାର ଏବଂ ଦୃଢ଼ ପ୍ରଶାସନିକ ନିଷ୍ପତ୍ତି ରାଜ୍ୟ ଅର୍ଥନୀତିକୁ ସୁଦୃ କରିଛି । କୋଡ଼ିଏ ବର୍ଷ ତଳେ ଏକଦା ବିତ୍ତୀୟ ନିଅଣ୍ଟ ରାଜ୍ୟର ଦୁର୍ନାମ ଅର୍ଜିଥିବା ଓଡ଼ିଶା ଏବେ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇ ପାରିଛି । ରାଜ୍ୟର ଶୃଙ୍ଖଳିତ ବିତ୍ତୀୟ ପରି·ଳନା ଲଗାତାର ଭାବେ ଜାତୀୟସ୍ତରରେ ଚର୍ଚ୍ଚା ଓ ପ୍ରଶଂସାର ବିଷୟ ହୋଇଛି ।

ଦେଶର ବିଭିନ୍ନ ସଂସ୍ଥାର ରିସର୍ଚ୍ଚରେ ରାଜ୍ୟର ବିତ୍ତୀୟ ଶୃଙ୍ଖଳା ଦେଶର ଅନ୍ୟ ସମୃଦ୍ଧ ଓ ବଡ଼ ରାଜ୍ୟଠାରୁ ଭଲ ସ୍ଥିତିରେ ରହିଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଆଜି ବିଧାନସଭାର ପ୍ରଶ୍ନକାଳରେ ମଧ୍ୟ ରାଜ୍ୟର ଆର୍ଥିକ ସ୍ଥିତି ଓ ଋଣଭାର ନେଇ ଉତ୍ତର ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀୟ ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ରାଜ୍ୟରେ ଋଣ ଭାର ଭଲ ସ୍ଥିତିରେ ଅଛି । ଋଣ ଭାର ତୁଳନାରେ ମୁଣ୍ଡ ପିଛା ଆୟ ଅଧିକ ରହିଛି । ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଋଣ ହାର ୨୨ ହଜାର ୪୨ ଟଙ୍କା ଥିବା ବେଳେ, ମୁଣ୍ଡ ପିଛା ଆୟ ପରିମାଣ ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା ରହିଛି ୟ ୧୯୯୯ ମସିହାରେ କଂଗ୍ରେସ ସରକାର ଥିବା ସମୟରେ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ଥିଲା ୪ ହଜାର ୯୧୮ ଟଙ୍କା ।

ଏଥିସହ ମୁଣ୍ଡ ପିଛା ଆୟ ଥିଲା ୧୩ ହଜାର ୧୨ ଟଙ୍କା । ତେବେ ମୁଖମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଓ ରାଜ୍ୟରେ “୫-ଟି’ ଉପକ୍ରମର ଅନୁପାଳନ ଯୋଗୁ ବିତ୍ତୀୟ ପରି·ଳନାରେ ଦେଶରେ ଏକ ନମ୍ବର ହୋଇଛି ଓଡ଼ିଶା । ୧୯୯୯ ମସିହା ତୁଳନାରେ ୨୦୨୨ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଆୟ ୫.୮ ଗୁଣ ବୃଦ୍ଧି ପାଇଛି । ରାଜ୍ୟଠୁ କେନ୍ଦ୍ରର ଋଣଭାର ଅଧିକ ରହିଛି । କେନ୍ଦ୍ରର ବଜେଟ ଅନୁଯାୟୀ ୨୫ ପ୍ରତିଶତ ଋଣଭାର ରହିଛି । ତେଣୁ ଆର୍ଥିକ ପରି·ଳନାରେ ଓଡ଼ିଶା ଏକ ନମ୍ବର ବୋଲି ବିଧାନସଭା ବଜେଟ୍‌ ପ୍ରଶ୍ନକାଳରେ ଉତ୍ତର ରଖିଛନ୍ତି ନିରଞ୍ଜନ ପୂଜାରୀ । ଅନ୍ୟପଟେ ଗତ ଜାନୁଅ।।ରୀ ମାସରେ ପିଆରଏସ ଲେଜିସ୍ଲେଟିଭ୍‌ ରିସର୍ଚ୍ଚର ଏକ ରିପୋର୍ଟରେ କୁହାଯାଇଥିଲା କି ଦେଶର ରାଜସ୍ୱ ବଳକା ଆଙ୍ଗୁଳିଗଣତି କିଛି ରାଜ୍ୟ ମଧ୍ୟରୁ ଓଡ଼ିଶା ଗୋଟିଏ ।

ଦେଶର ବହୁ ବଡ଼ ବଡ଼ ରାଜ୍ୟ କ୍ରମାଗତ ଭାବେ ରାଜସ୍ୱ ନିଅଣ୍ଟିଆ ପରିସ୍ଥିତିର ସାମ୍ନା କରି ଆସୁଥିବା ବେଳେ ଏ କ୍ଷେତ୍ରରେ କିନ୍ତୁ ଓଡ଼ିଶା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ବିହାର ପରି ରାଜ୍ୟମାନେ ଏ କ୍ଷେତ୍ରରେ ବେଶ୍‌ ଅନୁକୂଳ ସ୍ଥିତିରେ ରହିଛନ୍ତି । ତେବେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୭ଟି ରାଜ୍ୟ ବିତ୍ତୀୟ ନିଅଣ୍ଟ ୩.୫ ପ୍ରତିଶତ ଉପରେ ରହିବ ବୋଲି ଆକଳନ କରିଥିବା ବେଳେ ୭ଟି ରାଜ୍ୟ ସେମାନଙ୍କର ବିତ୍ତୀୟ ନିଅଣ୍ଟ ୪ ପ୍ରତିଶତ ଉପରେ ରହିବ ନେଇ ଆକଳନ କରିଛନ୍ତି । ମାତ୍ର ଓଡ଼ିଶା ଏ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଢେର୍‌ ସୁବିଧାଜନକ ସ୍ଥିତିରେ ରହିଛି । ଓଡ଼ିଶାର ବିତ୍ତୀୟ ନିଅଣ୍ଟ ପରିମାଣ ୩ ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିବା ବେଳେ ଏହା ଧାର୍ଯ୍ୟ ୩.୫ ପ୍ରତିଶତଠାରୁ କମ୍‌ ଅଟେୟ ଯାହା ରାଜ୍ୟର ଉନ୍ନତ ଏବଂ ସବଳ ଆର୍ଥିକ ସ୍ଥିତିକୁ ଦର୍ଶାଉଛି ।

Leave A Reply

Your email address will not be published.