ତେନ୍ତୁଳିଖୁଣ୍ଟି : ଚାଷି ମାନଙ୍କ ସୁବିଧା ଏବଂ ବିଦ୍ୟୁତ ଉତ୍ପାଦନ ଲକ୍ଷନେଇ ଆରମ୍ଭ କରାଯାଇଥିଲା ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଖାତିଗୁଡାରେ ୧୯୭୮ ମସିହା ଅପ୍ରେଲ ମାସ ୧୦ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମୋରାଜି ଦେଶାଇଙ୍କ କୋର କୋମଳରେ ମୁଖୀଗୁଡା ନିକଟରେଇନ୍ଦ୍ରବତୀ ପ୍ରୋଜେକ୍ଟକାମର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଏବେ ମରୁଡ଼ି ପଡ଼ିବାର ଦେଖିବାକୁ ମିଳିଲାଣି ପୂର୍ବରୁ ୨୩୯ କର୍ମଚାରୀଙ୍କ ମଧ୍ୟରୁ ୫୧ କାର୍ଯ୍ୟରତ ଥିବା ଦେଖିବାକୁ ମିଳିଛି ।
ଇନ୍ଦ୍ରାବତୀରେ ରହିଥିବା ୪ଟି ନଦୀ ଯଥା ବର୍ତ୍ତମାନର ଦେଓପାଲିର ଇନ୍ଦ୍ରାବତୀ ପ୍ରୋଜେକ୍ଟରେ ଥିଲା ପୋଡ଼ାଗଡ଼ ନଦୀ ବାରିଆଘାଟ ୧୨୦୦ କ୍ୱାଟର ସେଥି ମଧ୍ୟରୁ ୧୦୦କପୁର ଓ ମୁରାନ ନଦୀକୁ ବନ୍ଧବାନ୍ଧିପାଣିକୁ କ୍ୱାଟର ରିଜେକ୍ଟ ହୋଇଥିଲା । ବର୍ତ୍ତମାନ ୧୧୦୦ କ୍ୱାଟର ଥିବା ଏହି ସମୟରେ ଦର୍ଶାଇଛନ୍ତି । ଦୂରଦୂରାନ୍ତରୁ ପାଠପଢିବା ହଜାର ହଜାର ଛାତ୍ରଛାତ୍ରୀ ପାଇଁ ଶତାଧିକ ସ୍କୁଲ, ମେଡ଼ିକାଲ ଯିବା ଆସିବା ସମସ୍ତ ବ୍ୟବସ୍ଥା ରହିଥିଲା ।
ଇନ୍ଦ୍ରାବତୀ ୧୯୯୮ ମସିହାରେ ମସିହାରେ ଇନ୍ଦ୍ରାବତୀଠାରୁ ଆରମ୍ଭ କରି ମୁଖୀଗୁଡା ପାୱାର ହାଉସ କାର୍ଯ୍ୟ ସମ୍ପୂର୍ଣ୍ଣ ମିଳିଛି । ମୂଖିଗୁଡାଠାରେ ଦିନକୁ ୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଆସୁଛି । ଏହି ସମୟରେ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ପ୍ରୋଜେକ୍ଟରେ ଥିଲା ଶିକ୍ଷା ମେଡ଼ିକାଲ ସ୍ଥଳୀ କାଳ କ୍ରମେ ବିଭିନ୍ନ ଅଫିସ ଉଠିଯିବା ଫଳରେ ଶ୍ରୀହୀନ ହୋଇଯାଇଛି । ଏ ବିଷୟରେ ଜିଲ୍ଳାପାଳ ଏବଂ କମିଶନରଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ଓ ଅବ୍ୟବସ୍ତା ନେଇ ଅନେକଥର ଜଣେଇ ଥିଲେ ଅଞ୍ଚଳବାସୀ । କୈାଣସି ଆଖିଦୂଷିଆ ପଦକ୍ଷେପ ନେଇ ନ ଥିବାର ଅଭିଯୋଗ କରିଛନ୍ତି ।
ବର୍ତ୍ତମାନ ସ୍କୁଲରେ ନାହାନ୍ତି ଶିକ୍ଷକ କିମ୍ବା ଇନ୍ଦ୍ରାବତୀରେ ଥିବା ମୁରାନ, କପୁର, ଆଗଭଳି ଦେଖିବାକୁ ମିଳୁନି ଛାତ୍ରଛାତ୍ରୀ, ପୋଡ଼ାଗଡ଼ ସମେତ ଦେଓପାଲିର ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହାନ୍ତି ଡାକ୍ତର ରୋଗୀ ସେବା ନ ମିଳିବାରୁ ଆଉ ଯାଉନାହାନ୍ତି । ଲକ୍ଷାଧିକ ଲୋକଙ୍କ ଅସୁବିଧାର ରୋଗୀ, ଖାତିଗୁଡା ମୂଖ୍ୟ ଅଫିସରେ ଦେଖିବାକୁ ମିଳୁନି ଅଫିସର, କିମ୍ବା କର୍ମଚାରୀ ସମସ୍ତ ସରକାରୀ କାର୍ଯ୍ୟାଳୟ ସମ୍ମୁଖୀନ ପଡୁଥିବା ଦେଖିବାକୁ ମିଳିଛିା ୧୨୦୦ କ୍ୱାଟର ରହିଥିବା ଇନ୍ଦ୍ରାବତୀ ପ୍ରୋଜେକ୍ଟ ଖାତିଗୁଡାରେ ମାଉସୀମା କଲୋନୀଠାରୁ ଆରମ୍ଭ କରିଫଟାଗୁଡ଼ା କଲୋନୀ ପର୍ଯ୍ୟନ୍ତ କୌଣସି ରାସ୍ତା ଭଲ ନାହିଁ ।
ଡ୍ରେନର କଥା ନକହିବା ଭଲ । କ୍ୱାଟରମାନଙ୍କୁ ଯୋଗେଇ ଦିଆଯାଉଥିବା ପାଣି ଦିନେ ଆସିଲେ ଦିନେ ଆସୁନାହିଁ । ଏପଟେ ୬୧୩୩ ବିସ୍ଥାପିତ ପରିବାରଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନ ବ୍ୟବସ୍ଥାପାଇଁ ପ୍ରକଳ୍ପ ପ୍ରଶାସନ ପକ୍ଷ୍ୟରୁ ପତିଶ୍ରୁତି ଦିଆଯାଇଥିଲା । କିନ୍ତୁ ପରିତାପର ବିଷୟ ପ୍ରତିଶ୍ରୁତି ପାଳନରେ ପ୍ରକଳ୍ପ ପ୍ରଶାସନ ସମ୍ପୂର୍ଣ୍ଣ ଫେଲ ମାରିଥିବା ଅଭିଯୋଗ କରିଛନ୍ତିା ବର୍ତ୍ତମାନ ଓ ହେଚ ପିସି ଠାରୁ ଜଳସମ୍ପଦ ବିଭାଗକୁପ୍ରକଳ୍ପ ହସ୍ତାନ୍ତର କରାଯାଇଛି । ବିସ୍ଥାପିତ ପରିବାରଙ୍କର ଓ ଏ ଅଞ୍ଚଳର ଅନେକ କାର୍ଯ୍ୟ ପୂରଣ ହୋଇନାହିଁ । ତେଣୁ ଅତିଶୀଘ୍ର ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବା ସହ ସମାଧାନ କରିବାକୁ କହିଛନ୍ତି ।