ବ୍ୟାପକ ଚୋରା ବିଦେଶୀ ମଦ ଜବତ: ୩ ଗିରଫ

0 95

ପାରଳାଖେମୁଣ୍ଡି  : କାଶୀନଗର ବ୍ଲକ୍‌ ଅନ୍ତର୍ଗତ କେ ସୀତାପୁର ଗ୍ରାମରେ ଚୋରାରେ ବିଦେଶୀ ମଦ ବିକ୍ରି କରୁଥିବା ଖବର କୌଣସି ମତେ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସ୍ୱାତି କୁମାର ଅଚାନକ ଦୋକାନମାନଙ୍କ ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୨୫ ଲିଟର ବିଦେଶୀ ମଦ ଜବତ କରି ଯୋଗେସୁ ପାତ୍ର, ଜି ଭେଣକେଟସ ଓ ଏଲ ଶେଖରଙ୍କୁ ଅବକାରୀ ବିଭାଗ ଦଫାରେ ପୃଥକ ପୃଥକ ମକଦ୍ଦମା ରୁଜୁ କରି ଚୋରା ମଦ ବେପାରୀମାନଙ୍କୁ ଥାନାରେ ଅଟକ ରଖାଯାଇଛି ।

ଜବତ କରିଥିବା ବିଦେଶୀ ମଦ କାଶୀନଗର ଥାନାକୁ ହସ୍ତାନ୍ତର କରିଥିଲେ । ସୂଚନା ଯୋଗ୍ୟ ଯେ ସୀତାପୁର ଓ ହାଡୁଭାଙ୍ଗିଠାରେ ବିପୁଳ ପରିମାଣର ରନ୍ଧା ମଦ ଓ ବିଦେଶୀ ମଦ ରାସ୍ତା କଡ଼ରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ହାଡୁଭାଙ୍ଗି ଓ ଆନ୍ଧ୍ରା ଯିବା ମୁଖ୍ୟ ରାସ୍ତା କଡ଼ରେ ପେକେଟ ମଦ ଖୁଲମଖୁଲା ଭାବେ ବିକ୍ରି କରାଯାଉଛି । ଯାହା ଫଳରେ କି ସେହି ରାସ୍ତା ଦେଇ ଯିବାକୁ ମହିଳାମାନେ ଭୟଭିତ ହୋଉଛନ୍ତି । ଅବକାରୀ ବିଭାଗ ଏ ବିଷୟରେ କିଛି ପଦକ୍ଷେପ ନେଉ ନାହାନ୍ତି ।

ଅବକାରୀ ବିଭାଗଙ୍କ ନଜରରେ ଏହା ପଡୁ ନାହିଁକି ବୋଲି ବୁଦ୍ଧିଜୀବୀମାନେ ଅବକାରୀ ବିଭାଗ ଓ ମଦ ବେପାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି ବୋଲି ଆଲୋଚନା କରୁଛନ୍ତି । ନାମକୁ ମାତ୍ର ଅବକାରୀ ବିଭାଗ କେହି ବ୍ୟକ୍ତି ମଦ ପିଇବା ପାଇଁ ନେଉଥିବା ବେଳେ ତାଙ୍କୁ ଧରୀ ନାମକୁ ମାତ୍ର ମାସକୁ ଗୋଟେ ଦୁଇଟା କେସ୍‌ କରି ଛାଡି ଦେଉଛନ୍ତି ବୋଲି ଜନସାଧାରଣମାନେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.