୫ ମାସର ଗର୍ଭବତୀ ମହିଳାଙ୍କୁ ବଳକ୍ରାର !

0 164

ନବରଙ୍ଗପୁର : ନବରଙ୍ଗପୁରରେ ଚାଞ୍ଚଲ୍ୟ ପ୍ରକାର ଘଟଣା । ସୈତାନ ସାଜିଲେ ଆଶା କର୍ମୀ । ଚିକିତ୍ସା ବାହାନାରେ ଗର୍ଭବତୀ ମହିଳାଙ୍କୁ ନିଜ ସ୍ୱାମୀଙ୍କ ଦ୍ୱାରା ବଳକ୍ରାର କରାଇ ସେହି ସମୟର ଭିଡିଓ ଉତ୍ତୋଳନ କରି ଭାଇରାଲ କଲେ । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅଞ୍ଚଳରୁ । ଘଟଣାକୁ ନେଇ ଗର୍ଭବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ତନାଘନା ଆରମ୍ଭ ହୋଇଛି ।

ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଜଣେ ପାଞ୍ଚ ମାସର ଗର୍ଭବତୀଙ୍କୁ ଚିକିତ୍ସା ବାହାନାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଜ ପୁଅ ସହିତ ନେଉଥିଲେ । ପୂର୍ବରୁ ଏକ ଛକରେ ଆଶାଙ୍କ ସ୍ୱାମୀ ଅପେକ୍ଷା କରିଥିଲେ । ପରେ ତାଙ୍କ ସ୍ୱାମୀଙ୍କ ସହ ଆଶା କର୍ମୀ ଗର୍ଭବତୀ ମହିଳା ନବରଙ୍ଗପୁର ମେଡ଼ିକାଲ ଅଭିମୁଖେ ବାହାରିଥିଲେ । କିନ୍ତୁ ମେଡ଼ିକାଲ ନ ନେଇ ସହରର ଏକ ଘରକୁ ନେଇଥିଲେ । ସେଠାରେ ଆଶା କର୍ମୀଙ୍କ ସ୍ୱାମୀ ଉକ୍ତ ଗର୍ଭବତୀଙ୍କୁ ବଳାକ୍ରାର କରିଥିଲେ । ଏବଂ ଏହି ସମୟରେ ଆଶା କର୍ମୀ ଉକ୍ତ ବଳକ୍ରାର ସମୟର ଭିଡିଓ ଉତ୍ତୋଳନ କରିଥିଲେ ।

ଘଟଣା ବାବଦରେ ଯଦି ପରିବାର ଲୋକଙ୍କ ସମ୍ମୁଖରେ ପ୍ରଘଟ କରନ୍ତି ତେବେ ଭିଡିଓ ଭାଇରାଲର ଧମକ ଦେଇଥିଲେ । କିଛି ଦିନ ନୀରବତା ପରେ ଗର୍ଭବତୀ ଜଣକ ପରିବାର ଲୋକଙ୍କ ସମ୍ମୁଖରେ ଘଟଣା ବାବଦରେ ଜଣାଇବା ସହିତ ଆତ୍ମହତ୍ୟାର ଉଦ୍ୟମ କରିଥିଲେ । ଏନେଇ ପରିବାର ଲୋକେ ଖାତିଗୁଡା ଥାନାରେ ଏତଲା ଦାୟାର କରିଥିଲେ । ଉକ୍ତ ମହିଳାଙ୍କୁ ମୂଖ୍ୟ ଚିକିତ୍ସାଳୟକୁ ଆଣି ଡାକ୍ତରୀ ମାଇନା କରିବା ସହିତ ତଦନ୍ତ ଆରମ୍ଭ କରିଛି ପୋଲିସ । ପୂର୍ବରୁ କୌଣସି ଶତ୍ରୁତା ଥିଲା ନା କଣ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.