ଦୁଃଖ ଶୁଣିଲେ ୫-ଟି ସଚିବ, ଦିବ୍ୟାଙ୍ଗ କ୍ରିକେଟର୍‌ ଝିଲ୍ଲୀଙ୍କୁ ମିଳିଲା ୩୦ ହଜାର ଟଙ୍କା: ମିଳିବ ପାସପୋଟ

0 110

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଦିବ୍ୟାଙ୍ଗ ମହିଳା କ୍ରିକେଟଙ୍ର୍କ ଦୁଃଖ ବୁଝିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ । ତୁରନ୍ତ ପ୍ରଦାନ କରାଗଲା ସହାୟତା । ଦିବ୍ୟାଙ୍ଗ ମହିଳା କ୍ରିକେଟର୍‌ ଝିଲ୍ଲୀ ବିରୁଆଙ୍କୁ ନେପାଳଠାରେ ହେବାକୁ ଥିବା ବିଶ୍ୱ ଦୃଷ୍ଟିହୀନ କ୍ରିକେଟ୍‌ କାଉନସିିଲ୍‌ ପାରାଅଲିମ୍ପିକ୍‌ ଖେଳିବାକୁ ମନୋନୀତ ହୋଇଥିଲେ । କିନ୍ତୁ ପାସପୋର୍ଟ ଏବଂ ଟଙ୍କା ଅଭାବରୁ ସେ ଖେଳିବାକୁ ଯିବାରୁ ବଞ୍ଚିତ ହେବା ପରିସ୍ଥିତି ସୃଷ୍ଟି ହୋଇଥିବା ଯାହା ଆଜି ଦୈନିକ ଖବର କାଗଜ “ଡୁମାଣୀ ଖବର’ରେ ପ୍ରକାଶ ପାଇଥିଲା ।

ଏହି ଖବରଟିକୁ ସାମଜିକ ଗଣମାଧ୍ୟମରେ ସଞ୍ଜିତ ଦାଶ ନାମକ ଜଣେ ସାମାଜିକ କର୍ମୀ ପୋଷ୍ଟ କରି ତୁରନ୍ତ ସହାୟତା ପାଇଁ ନିବେଦନ କରିଥିଲେ । ଏହି ଟ୍ୱିଟଟି ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ନଜରକୁ ଆସିବା ପରେ ସେ ତୁରନ୍ତ ସହାୟତା ପ୍ରଦାନ ପାଇଁ କେନ୍ଦୁଝର ଜିଲ୍ଳାପାଳଙ୍କୁ ଓ କ୍ରୀଡା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଦିବ୍ୟାଙ୍ଗ ମହିଳା କ୍ରିକେଟର୍‌ ଝିଲ୍ଲୀ ବିରୁଆଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ସହ ପାସପୋର୍ଟ ନେଇ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ଏନେଇ ସାମାଜିକ ଗଣମାଧ୍ୟମରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.