ଆଉ ଦୁଇଦିନ ଝଡ଼ବର୍ଷା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାର

0 91

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପଶ୍ଚିମ ଝଡ଼ର ପ୍ରଭାବ । ଆସନ୍ତା ୨ ଦିନ ରାଜ୍ୟରେ ବିଜୁଳି, ଘଡ଼ିଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକାଂଶ ସ୍ଥାନରେ ଘଡ଼ ଘଡି ସହ ବର୍ଷା ଓ ଝଟକା ପବନ ହେବାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଜପତି, ଗଞ୍ଜାମ, କନ୍ଧମାଳରେ ବିଜୁଳି, ଘଡିଘଡି ଏବଂ ବର୍ଷା ହେବା ସହ ପବନର ବେଗ ୪୦ରୁ ୫୦  କିଲୋମିଟର ପ୍ରତି ଘଣ୍ଟା ପ୍ରବାହିତ ହେବ ।

୨୦ ତାରିଖରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ତାପ ମାତ୍ର ହ୍ରାସ ପାଇବ । ସେହିପରି ୨୧ ତାରିଖ ପାଇଁ ରାଜ୍ୟର ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଉଛି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡା, ନବରଙ୍ଗପୁର ଏବଂ କଳାହାଣ୍ଡି । ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲ୍ଲାରେ ପଶ୍ଚିମା ଝଡ଼ର ପ୍ରଭାବ । ଗତକାଲି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ ଘଡି ସହ ବର୍ଷା ଲାଗିରହିଥିଲା । ବର୍ଷା ପବନ ଯୋଗୁଁ କରଞ୍ଜିଆ ଏବଂ ରାଇରଙ୍ଗପୁର ଉପଖଣ୍ଡର ୭ଟି ବ୍ଲକରେ ବିଦ୍ୟୁତ୍‌ ସରବରାହ ଠପ୍‌ ହେଇଯାଇଥିଲା ।

ରାୟଗଡ଼ାରେ ମଧ୍ୟ କାଶ୍ମୀର ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ·ରିଆଡେ଼ କୁଆପଥର ବିଛେଇ ହୋଇ ପଡ଼ିଥିଲା । ରାସ୍ତା ଘାଟରେ ଧଳା ·ଦରର ଆସ୍ତରଣ । ଗତକାଲି ପଶ୍ଚିମା ଝଡ଼ର ପ୍ରଭାବରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା । ଜୋରରେ ବର୍ଷା, ପବନ ସାଙ୍ଗକୁ ·ରିଆଡେ଼ ଆକାଶରୁ ପଡ଼ିଥିଲା କୁଆପଥର । ରାସ୍ତା ସାରା ବିଛେଇ ହୋଇ ପଡ଼ିଥିଲା । ହଠାତ ଆକାଶ ମେଘାଚ୍ଛନ୍ନ ହେବା ସହ ବର୍ଷା ହୋଇଥିଲା । ତାସହ ପ୍ରବଳ ପବନ ବହିଥିଲା ।

ଭାଙ୍ଗିଥିଲା ଗଛ ଓ ଘର ଛପର । କିଛି ସ୍ଥାନରେ ଘରର ଆଜବେଷ୍ଟସ୍‌ ଛପର ମଧ୍ୟ ଉଡ଼ାଇ ନେଇଥିଲା । ପଶ୍ଚିମା ଝଡ଼ ଜଙ୍ଗଲ ନିଅାଁକୁ ଲିଭାଇବା ସହିତ ୨୨ ତାରିଖରେ ରାଜ୍ୟରେ ପାଗ ବଦଳିବ । ୨ରୁ ୪ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Leave A Reply

Your email address will not be published.