ୟୁକ୍ରେନ୍‌ ୱାର ଜୋନ୍‌ରେ ପୁଟିନ

0 93

ନୂଆଦିଲ୍ଲୀ : ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ ମାଟିରୁ ପୁଟିନଙ୍କ ହୁଙ୍କାର । ପ୍ରଥମ ଥର ପାଇଁ ୟୁକ୍ରେନ ୱାର ଜୋନରେ ରୁଷ ରାଷ୍ଟ୍ରପତି । ଦକ୍ଷିଣ ୟୁକ୍ରେନର ମାରିୟୁପୁଲକୁ ସରପ୍ରାଇଜ ଭିଜିଟ । ଦକ୍ଷିଣ ୟୁକ୍ରେନର ବନ୍ଦର ସହର ମାରିୟୁପୁଲକୁ କବଜା କରିଛି ରୁଷ୍‌ । ହେଲିକପ୍ଟର ଯୋଗେ ସେଠାରେ ପହଞ୍ଚିବା ପରେ ନିଜେ କାର୍‌ ଚଳାଇ ବିଭିନ୍ନ ଜିଲ୍ଲା ବୁଲିଛନ୍ତି ପୁଟିନ୍‌ । ସେଠାରେ ·ଲିଥିବା ନୂଆ ବିଲ୍ଡିଂ, ଶିକ୍ଷାନୁଷ୍ଠାନ ଆଦି ନିର୍ମାଣ କାମର ତଦାରଖ କରିଥିଲେ । ଏଥିସହ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ।

ଏଥିସହ ଉପପ୍ରଧାନମନ୍ତ୍ରୀ ମରାଟ ଖୁସନୁଲିନଙ୍କ ସହ ମାରିୟୁପୁଲ ଏୟାରପୋର୍ଟ ପରିଦର୍ଶନ କରିଥିଲେ ପୁଟିନ୍‌ । ୨ବର୍ଷରେ ଏହି ଏୟାରପୋର୍ଟକୁ ପୁନଃନିର୍ମାଣ କରିବାକୁ ଯୋଜନା ରଖାଯାଇଛି । ଏହା ପୂର୍ବରୁ କ୍ରିମିୟା ଭିଜିଟ କରିଥିଲେ ପୁଟିନ । କ୍ରିମିଆ ଉପରେ ରୁଷିଆ କବ୍‌ଜା କରିବାର ୯ ବର୍ଷ ପୂର୍ତ୍ତି ଅବସରରେ ପୁଟିନ କ୍ରିମିୟାରେ ପହଞ୍ଚିଥିଲେ । ସାଂସ୍କୃତିକ ଓ ଐତିହାସିକ କାର୍ଯ୍ୟକ୍ରମରେ ଭର୍ଚୁୟାଲି ସାମିଲ ହୋଇଥାନ୍ତେ ପୁଟିନ । ଏହା ପୂର୍ବରୁ ସରପ୍ରାଇଜ ଭିଜିଟ କରିଛନ୍ତି ପୁଟିନ । ହଠାତ୍‌ କ୍ରିମିଆରେ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଆଗକୁ ଯୁଦ୍ଧ ଘମାଘୋଟ ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.