ମଦ ଜବତ: ୩ ଗିରଫ

0 92

ପାରଳାଖେମୁଣ୍ଡି : ରାୟଗଡ଼ ଥାନା ଅଧିନ ଲାଞ୍ଜିପଦର ଛକରେ ଥିବା ମଦ ଦୋକାନମାଲିକଙ୍କ ଘରୁ ବିପୁଳ ପରିମାଣର ମଦ ଜବତ କରାଯାଇଛି । ଗଜପତି ଏସପି ସ୍ୱାତୀ ଏସ୍‌. କୁମାରଙ୍କ ପ୍ରତେକ୍ଷ୍ୟ ତତ୍ତ୍ୱାବଧାନରେ ଗତକାଲି ଏହି ଚଢାଉ ହୋଇଛି । ଲାଇସେନ୍ସପ୍ରାପ୍ତ ସରକାରୀ ବିଦେଶୀ ମଦ ଦୋକାନ ମାଲିକ ପ୍ରଫୁଲ୍ଲ ସେନାପତିଙ୍କ ବାସଭବନ ନିକଟରେ ଥିବା ତାଙ୍କ ଆଉ ଏକ ଘରୁ ୩୭୦ ଲିଟର ମଦ ଜବତ ହୋଇଥିବା ରାୟଗଡ଼ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି । ଜବତ ମଦର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି ।

ରାୟଗଡ଼ ଥାନାର ଏକ ମାମଲା ୨୭/୨୩ ରୁଜୁ କରି ପୋଲିସ ତଦନ୍ତ କରୁଛି । ଦୋକାନ ମାଲିକ ଏବଂ ଅନ୍ୟ ଜଣେ ସହଯୋଗୀ ଫେରାର ରହିଛନ୍ତି । ଅତିଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି । ସେହିପରି ଲାଞ୍ଜିପଦର ଛକର ଆଦେଶ କୁମାର ଚୌଧୁରୀଙ୍କ ଠାରୁ ୧୬ ଲିଟର, ପ୍ରଦୀପ ସେନାପତିଙ୍କ ଠାରୁ ୪୦ ଲିଟର, ନାରାୟଣପୁର ଗ୍ରାମର ପାସ୍ପୁରେଡି କ୍ରିଷ୍ଣା ରାଓଙ୍କ ପାଖରୁ ୧୨ ଲିଟର, ତ୍ରିପତି ସାହୁକାରଙ୍କ ପାଖରୁ ୨୮ ଲିଟର ମଦ ଜବତ କରାଯାଇଥିବା ରାୟଗଡ଼ ଥାନା ଅଧିକାରୀ କହିଛନ୍ତି । ସେମାନଙ୍କ ନାମରେ ୪ଟି ମାମଲା ରୁଜୁ ହୋଇଛି । ପ୍ରଦୀପ ପାସୁରେଡି ଓ ତ୍ରିପତିଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.