୭୦ ହଜାର ଛୁଇଁବ ସୁନା ଦର!

0 101

ଭୁବନେଶ୍ୱର: ଉଭୟ ଆମେରିକା ଓ ୟୁରୋପରେ ଦେଖାଯାଇଥିବା ବ୍ୟାଙ୍କ ସଂକଟ ଯୋଗୁଁ ବିଶ୍ୱ ବଜାରରେ ସୁନା ଦର ବଢିଚାଲିଛି । ଭାରତୀୟ ବଜାର ଉପରେ ଏହାର ଘୋର ପ୍ରଭାବ ପଡ଼ିଛି । ବର୍ଦ୍ଧିତ ସୁନା ଦର ମଧ୍ୟବିତ୍ତ ପରିବାରକୁ କଷ୍ଟ ଦେଉଛି । ବିବାହ ଋତୁ ଜାରି ଥିବା ବେଳେ ଉଭୟ ବର ଓ କନ୍ୟା ପରିବାରକୁ ସୁନା କିଣିବା ପୂର୍ବରୁ ଅନେକ ଥର ଚିନ୍ତା କରିବାକୁ ପଡୁଛି । ଏହାର କାରଣ ଗତ ଏକ ସପ୍ତାହ ହେଲା ବିନା ବ୍ରେକ୍‌ରେ ସୁନା ଦର ବଢି ଚାଲିଛି । ୨୨ କ୍ୟାରେଟ ସୁନା ଦର ବଢି ବଢି ୭୦ ହଜାର ଟଙ୍କାରେ ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି ।

ତେଣୁ ସୁନା ବ୍ୟବସାୟୀ ଓ ଗ୍ରାହକଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ସୂଚନାଯୋଗ୍ୟ ଗତ ୧୨ ତାରିଖରେ ସୁନା ଦର ୫୧ ହଜାର ୭୩୦ ଟଙ୍କା ଥିଲା । ୧୯ ତାରିଖ (ରବିବାର) ଏହା ୫୫ ହଜାର ୪୦୦ ଟଙ୍କାରେ ପହଞ୍ଚିଛି । ଗତବର୍ଷ ମାର୍ଚ୍ଚ ୧୯ ତାରିଖରେ ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୪୭, ୪୫୦ ଟଙ୍କା ଥିଲା । ସେହିପରି ୫ ବର୍ଷ ପୂର୍ବରୁ ଅର୍ଥାତ ୨୦୧୮ ମାର୍ଚ୍ଚ ୧୯ ତାରିଖରେ ଏହାର ମୂଲ୍ୟ ୨୮,୮୬୦ ଟଙ୍କା ଥିଲା । ଅର୍ଥାତ ମାତ୍ର ୫ ବର୍ଷ ମଧ୍ୟରେ ସୁନା ଦର ପାଖାପାଖି ୨ଗୁଣ ହୋଇସାରିଛି ।

ଜେ ଆଣ୍ଡ ଟି ବ୍ୟବସାୟ ମୁଖ୍ୟ ପ୍ରମୋଦ ରଥ କହିଛନ୍ତି, ୨୨ କ୍ୟାରେଟ୍‌ ସୁନା ଦର ଗତ ୧୨ରୁ ୧୮ ତାରିଖ ଏବଂ ଆଜି ୫୫ ହଜାର ୪୦୦ ଟଙ୍କାରେ ପହଞ୍ଚିଛି । ଗୋଟେ ପଟେ ଲୋକମାନେ ଷ୍ଟକ ମାର୍କେଟରେ ସୁନାରେ ଅଧିକ ଇନଭେସ୍ଟ କରୁଥିବା ବେଳେ ଏପଟେ ସୁନା କିଣିବାକୁ ଲୋକମାନେ ଭୟ କରୁଛନ୍ତି । ତେଣୁ ବ୍ୟବସାୟୀ ଓ ଗ୍ରାହକ ଉଭୟଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ୨୦ ଗ୍ରାମ ସୁନା କିଣିବାକୁ ଆସୁଥିବା ଗ୍ରାହକ ବି ଏଥିପାଇଁ ୧୦ ଗ୍ରାମ କିଣି ନେଇ କାମ ଚଳେଇ ନେବାକୁ ଭାବୁଛନ୍ତି । ଆଗକୁ ବାହାଘର ଋତୁ । ତେଣୁ ଲୋକମାନେ କିଣି ନେଇଥାନ୍ତେ । ହେଲେ ସୁନା ଦରକୁ ଦୃଷ୍ଟିରେ ରଖି କେହି କିଣୁ ନାହାନ୍ତି ।

Leave A Reply

Your email address will not be published.