ସମସ୍ୟା ଘେରରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ, ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ୍‌: ରୋଗୀ ଭୋଗୁଛନ୍ତି ଯମ ଯନ୍ତ୍ରଣା

0 104

କେନ୍ଦୁଝର : କେନ୍ଦୁଝର ସହରରେ ବିଦ୍ୟୁତ ବିଭ୍ରାଟ ଲାଗି କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଡାଇରିଆ ଓ ଟିବି ୱାର୍ଡର ରୋଗୀମାନେ ଅସହ୍ୟ ଗରମ ଅନ୍ଧାରରେ ଯମ ଯନ୍ତ୍ରଣା ଭୋଗିଥିବା ଦେଖିବାକୁ ମିଳିଛି । ଚିକିତ୍ସାଳୟ କାନ୍ଥକୁ ଲାଗିଛି ଶବ ବ୍ୟବଚ୍ଛେଦ ଗୃହ ଆଉ ଗୋଟେ ପାଖେ ଅଳିଆ ଆବର୍ଜନା ବର୍ଜ୍ୟବସ୍ତୁ ପରି·ଳନା କେନ୍ଦ୍ର ନିଛାଟିଆ ପରିବେଶରେ ମେଡିକାଲ ଷ୍ଟାଫ ବି ଭୟ କରିବେ ।

ମୁଖ୍ୟ ଡାକ୍ତରଖାନାରେ ଅନେକ ଜେନ ସେଟ ଥିଲେ ମଧ୍ୟ ଏହି ୱାର୍ଡ ସବୁକୁ ସଂଯୋଗ ଠିକ ସେ ଦିଆ ଯାଇନଥିବାରୁ ଏହି ଅବସ୍ଥା ଉପୁଜିଛି ବୋଲି ଅଭିଯୋଗ ହୋଇଛି । ଯେତେ ଅଭିଯୋଗ କଲେ ମଧ୍ୟ ସିଡିଏମଓ ସବୁ ଥର ତାଳି ପକା କଥା କୁହନ୍ତି ହଉ ଦେଖିବା କରିବା ଏମିତି । ଏପରି ପରିବେଶରେ ରୋଗୀଙ୍କୁ ଚିକିତ୍ସା ଘାତକ ହୋଇପାରେ । ତେଣୁ ତୁରନ୍ତ ଜେନ୍‌ସେଟ ବ୍ୟବସ୍ଥା କରିବା ସହ ଏହି ସବୁ ସଂକ୍ରାମକ ୱାର୍ଡ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି କର୍ତ୍ତୃପକ୍ଷ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Leave A Reply

Your email address will not be published.