ରାଜଧାନୀରୁ ଅପହୃତ ଉଦ୍ଧାର, ୩ ଗିରଫ

0 90

ଭୁବନେଶ୍ୱର : ରାଜଧାନୀରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଉଦ୍ଧାର କରିବା ସହ ଏହି ଅପହରଣ ମାମଲାରେ ଜଡିତ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଅପହୃତ ଜଣକ ହେଲେ ମନୋଜ ସେଠୀ । ତାଙ୍କୁ କାମ ଦେବାକୁ କହି ସୈନିକ ସ୍କୁଲ ନିକଟ ହନୁମାନ ମନ୍ଦିର ନିକଟରୁ ଅପହରଣ କରାଯାଇଥିଲା । ଦୁର୍ବୃତ୍ତମାନେ ଏକ କାର ଯୋଗେ ମନୋଜଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖିଥିଲେ । ପରେ ତାଙ୍କ ସ୍ତ୍ରୀଙ୍କୁ ଫୋନ ଯୋଗେ ୫ ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନ ମିଳିଲେ ସ୍ୱାମୀଙ୍କୁ ମାରି ଦେବାକୁ ଫୋନ ଯୋଗେ ଧମକ ଦେଇଥିଲେ ଦୁର୍ବୃତ୍ତ ।

ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଅ ।ରମ୍ଭ କରିଥିଲା । ଦୁର୍ବୃତ୍ତଙ୍କ ଫୋନ ଟ୍ରାକ୍‌ କରି ରଙ୍ଗମାଟିଅ । ଅଂଚଳର ଏକ ନିକାଞ୍ଚ ସ୍ଥାନରେ ମନୋଜଙ୍କୁ ରଖାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ମୈତ୍ରୀ ବିହାର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡର ମିଳିତ ଉଦ୍ୟମରେ ଅପହୃତ ମନୋଜକୁ ପୋଲିସ ଉଦ୍ଧାର କରିଛି । ଅପହରଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ବାବା ଫେରାର ଥିବା ପୋଲିସ କହିଛି ।

Leave A Reply

Your email address will not be published.