ଖୁବ୍‌ଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ୍‌, ହେବ ‘ତୁ ଝୁଠି ମେଁ ମକ୍କାର’

0 92

ମୁମ୍ବାଇ : ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ତୁ ଝୁଠି ମେଁ ମକ୍କାର’ । ପ୍ରଶଂସକଙ୍କ ହୃଦୟରେ ଏହି ଫିଲ୍ମ ବିଶେଷ ସ୍ଥାନ ହାସଲ କରିଛି । ପ୍ରଥମ ଥର ପାଇଁ ଉଭୟ ଏକାଠି ସ୍କ୍ରିନ୍‌ ସେୟାର କରିଛନ୍ତି । ଫିଲ୍ମ “ତୁ ଝୁଠି ମେଁ ମକ୍କାର’ ବକ୍ସ ଅଫିସରେ ଚମକ୍ରାର ପ୍ରଦର୍ଶନ କରୁଛି । ୮ ମାର୍ଚ୍ଚରେ ମୁକ୍ତିଲାଭ କରିଥିବା ଫିଲ୍ମଟି ୧୦୦ କୋଟି ମାର୍କ ଅତିକ୍ରମ କରିଛି । ଏହି ଫିଲ୍ମ ଖୁବ୍‌ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ମଧ୍ୟ ମୁକ୍ତିଲାଭ କରିବ । ଚଳଚ୍ଚିତ୍ର କେଉଁଠାରେ ଏବଂ କେବେ ଦେଖିପାରିବେ ଚାଲନ୍ତୁ ଜାଣିବା ।

ମିଡିଆ ରିପୋର୍ଟ ଅନୁଯାୟୀ, ଲଭ୍‌ ରଂଜନଙ୍କ ଏହି ଫିଲ୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ତଥାପି, ଫିଲ୍ମ ଦେଖିବା ପାଇଁ ଆପଣଙ୍କୁ ଟିକେ ଅପେକ୍ଷା କରିବାକୁ ପଡିବ । ଡିଜିଟାଲ୍‌ ପାର୍ଟନର ନେଟଫ୍ଲିକ୍ସରେ ଫିଲ୍ମ ରିଲିଜ୍‌ ସମ୍ପର୍କରେ ନିର୍ମାତାଙ୍କଠାରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍‌ ବିବୃତ୍ତି ଆସିନାହିଁ । କିନ୍ତୁ ସାଧାରଣତଃ କହିବାକୁ ଗଲେ ବକ୍ସ ଅଫିସରେ ରିଲିଜ୍‌ ହେବାର ୪୫ ଦିନ ପରେ ଯେକୌଣସି ଫିଲ୍ମରେ ମଧ୍ୟ ମୁକ୍ତିଲାଭ କରିଥାଏ ।

ଅନୁମାନ କରିବାକୁ ଗଲେ ବୋଧ ହୁଏ ମେ’ ମାସରେ ନେଟଫିଲ୍ସରେ ଆସିପାରେ । ଲଭ ରଂଜନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ରୋଜଗାର କରୁଛି । ଫିଲ୍ମ ୧୧ ଦିନରେ ୧୦୦ କୋଟି ଅତିକ୍ରମ କରିଛି । ଚଳଚ୍ଚିତ୍ରର ବଜେଟ୍‌ ବିଷୟରେ କୁହିବାକୁ ଗଲେ, ଏହାର ବଜେଟ୍‌ ପ୍ରାୟ ୯୫ କୋଟି । ଯାହା ବକ୍ସ ଅଫିସ୍‌ରେ ହିଟ୍‌ ହୋଇଯାଇଛି ।

Leave A Reply

Your email address will not be published.