ଗୌତମ ଆଦାନୀଙ୍କ ୬୦% ସମ୍ପତ୍ତି ସ୍ୱାହା

0 85

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କ ମୋଟ୍‌ ସମ୍ପତ୍ତି ସର୍ବୋଚ୍ଚସ୍ତରରୁ ଏ ପର୍ଯ୍ୟନ୍ତ ୬୦ ପ୍ରତିଶତ ହ୍ରାସ ପାଇଛି । ଗତ ଗୋଟିଏ ବର୍ଷରେ
ପ୍ରତି ସପ୍ତାହରେ ପାଖାପାଖି ୩୦୦୦ କୋଟି ଟଙ୍କା ସେ ହରାଇଛନ୍ତି । ବୁଧବାର ଜାରି ୩, ୨୦୨୩ ଅନୁଯାୟୀ, ଆଦାନୀଙ୍କ ମୋଟ୍‌ ସମ୍ପତ୍ତିର ପରିମାଣ ୫୩ ବିଲିୟନ ଡଲାର ରହିଛି । ଗତ ଜାନୁଆରୀ ୨୪ରେ ପ୍ରକାଶିତ ହିଣ୍ଡେନବର୍ଗର ରିପୋର୍ଟ ପରଠୁ ଆଦାନୀଙ୍କ ସମ୍ପତ୍ତି ହ୍ରାସ ପାଇ ଚାଲିଛି । ସେ ଦୁନିଆର ଧନୀ ବ୍ୟକ୍‌ତିଙ୍କ ତାଲିକାରେ ଦ୍ୱିତୀୟରୁ
ଖସି ୨୩ମ ସ୍ଥାନରେ ପହଞ୍ଚିଛନ୍ତି ।

ହୁରୁନ ଇଣ୍ଡିଆ ଅନୁଯାୟୀ, ଆଦାନୀଙ୍କ ନେଟ୍‌ୱର୍ଥରେ ୨୮ ବିଲିୟନ ଡଲାର ହ୍ରାସ ଘଟିଛି । ଫଳରେ ସେ ଭାରତର ସବୁଠୁ ଧନୀ ବ୍ୟକ୍ତିର ମାନ୍ୟତା ହରାଇଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ୮୨ ବିଲିୟନ ଡଲାରର ମୋଟ୍‌ ସମ୍ପତ୍ତି ସହ ଭାରତର ଏକ ନମ୍ବର ଧନୀ ବ୍ୟକ୍ତି ରହିଛନ୍ତି । ଗୌତମ ଆଦାନୀ ଏବଂ ତାଙ୍କ ପରିବାରର ସମ୍ପତ୍ତିରେ ୩୫ ପ୍ରତିଶତ ହ୍ରାସ ଘଟିଛି । ହିଣ୍ଡେନବର୍ଗର ରିପୋର୍ଟ ଆସିବା ପରେ ଆଦାନୀ ପରିବାରର ନେଟ୍‌ୱର୍ଥ ନିଜର ସର୍ବୋଚ୍ଚସ୍ତରରୁ ୬୦ ପ୍ରତିଶତ କମ ହୋଇଛି । ଏହି ସମୟରେ ଆଦାନୀଙ୍କ ସହିତ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମଧ୍ୟ ୨୦ ପ୍ରତିଶତ ହ୍ରାସ ଘଟିଛି ।

ଅମ୍ବାନୀ ସଂପ୍ରତି ଦୁନିଆର ଧନୀ ବ୍ୟକ୍ତି ତାଲିକାରେ ନବମ ସ୍ଥାନରେ ଅଛନ୍ତି । ଡିମାର୍ଟ ନାମରୁ ରିଟେଲ୍‌ ଚେନ୍‌ ଚଲାଉଥିବା କମ୍ପାନି ଏଭେନ୍ୟୁ ସୁପରମାର୍ଟ୍ସର ରାଧାକିଶନ ଦାମାନୀ ଏବଂ ତାଙ୍କ ପରିବାରର ମୋଟ୍‌ ସମ୍ପତ୍ତି ଏହି ସମୟରେ ୩୦ ପ୍ରତିଶତ ହ୍ରାସ ଘଟି ୧୬ ବିଲିୟନ ଡଲାରରେ ରହିଛି । ଆଉ ସେ ଦୁନିଆର ଶୀର୍ଷ ୧୦୦ ଧନୀଙ୍କ ତାଲିକାରୁ ବାଦ୍‌ ପଡିଛନ୍ତି ।

Leave A Reply

Your email address will not be published.