ପାଣିପାଇଁ ରାସ୍ତାରୋକ

0 94

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ କୁଣ୍ଡାବନ୍ଧ ଗ୍ରାମ ପଞ୍ଚାୟତର ସିକେରପଡା ଓ ଛେନା ଗାଁ ର ଲୋକେ ୧୦ ଦିନରୁ ପାଣିପାଇଁ ହନ୍ତସନ୍ତ ହୋଇଆସୁଛନ୍ତି । ସ୍ଥାନୀୟ ସରପଞ୍ଚ ପିଇଓ ଓ ବ୍ଲକ୍‌ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ସକାଳ ୭ଟା ରୁ ଖଜୁରିପଡା ତୁର୍କେଲ ରାସ୍ତାକୁ ଅବରୋଧ କରିଛନ୍ତି ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ଯାନବାହନ ଅଟକିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ କୁଣ୍ଡାବନ୍ଧ ପଞ୍ଚାୟତ ସିକେରପଡା ଓ ଛେନା ଗାଁ ଦୁଇଟି ୱାର୍ଡରୁ ପାଖାପାଖି ୧୫ଶହ ଲୋକ ବସବାସ କରନ୍ତି ଓ ଯେହେତୁ ଉକ୍ତ ଦୁଇଟି ୱାର୍ଡ ପାହାଡିଆ ଅଞ୍ଚଳ ହୋଇଥିବାରୁ ଗାଁ ର ଅନେକ ବୋରିଙ୍ଗ ଖରାଦିନେ ଅଚଳ ହୋଇଥାଏ ଲୋକେ ପାଇପ ଲାଇନ ଉପରେ ନିର୍ଭର କରିଥାନ୍ତି । ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ ୧୦ଦିନ ହେଲାଣି ପାଇପ ଯୋଗେ ପାଣି ଯୋଗାଣ ବନ୍ଦ ଅଛି ଫଳରେ ଲୋକେ ପାଣି ମୁନ୍ଦିଏ ପାଇଁ ଡହକ ବିକଳ ହୋଇ ସ୍କୁଲ ବୋରିଙ୍ଗ ଉପରେ ନିର୍ଭର କରୁଥିଲେ ଦୁର୍ଭାଗ୍ୟ ବଶତଃ ସେହି ବୋରିଙ୍ଗ ମଧ୍ୟ ଆଜି ଖରାପ ହୋଇଛି ଏନେଇ ଆମେ ବାରମ୍ବାର ସ୍ଥାନୀୟ ସରପଞ୍ଚ, ପିଇଓ ଓ ବ୍ଲକ୍‌ ପ୍ରଶାସନକୁ ଅଭିଯୋଗ କରିଆସୁଛୁ ହେଲେ କୌଣସି ବ୍ୟବସ୍ଥା କରାଯାଇ ନାହିଁ ସେଥିପାଇଁ ଆମେ ବାଧ୍ୟହୋଇ ରାସ୍ତା ଅବରୋଧ କରିଛୁ ବୋଲି ଗ୍ରାମ ବାସୀ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।

ଏନେଇ ଆର ଡବ୍ଲୁଏସ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ୪ଦିନ ହେଲା ମୋଟର ପୋଡିଯାଇଛି ଓ ସେଠାରେ ବାରମ୍ବାର କେବୁଲ ଚୋରି ହେଉଛି ସେଥିପାଇଁ ପାଣି ଯୋଗାଣ ବନ୍ଦ ଅଛି ଆମେ ଅତିଶୀଘ୍ର ସେଠାରେ ଅଲଗା ମୋଟର ବ୍ୟବସ୍ଥା କରିବୁ ବୋଲି ସେ ପ୍ରକାଶ କରିଛନ୍ତି । ହେଲେ ମୁଁ ଅପର ପକ୍ଷେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ମୁଁ କିଛି
ଜାଣିନାହିଁ ମୋତେ କେହି ଅଭିଯୋଗ କରିନାହାନ୍ତି ବୋଲି କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଭୁଲ କାହାର ? ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ନା ବ୍ଲକ୍‌ ପ୍ରଶାସନର ପାଣି ବୁନ୍ଦାଏ ପାଇଁ ଲୋକେ ହନ୍ତସନ୍ତ ହୋଇ ରାଜରାସ୍ତାକୁ ଓହ୍ଲାଇବାକୁ ପଡୁଛି ।

Leave A Reply

Your email address will not be published.