କାକିରିଗୁମା ସ୍ୱାସ୍ଥ୍ୟକେନ୍ଦ୍ର ନିଜେ ଅସୁସ୍ଥ, ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀଙ୍କ ନାଡି

0 118

ଲକ୍ଷ୍ମୀପୁର : ସ୍ୱାସ୍ଥ୍ୟ ବିଭାଗ କଥା କହିବାକୁ ଗଲେ ରାଜ୍ୟବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ମୁକ୍ତ ଚିକିତ୍ସା ଦେବା ସହ ଏଏନଏମସେର ଠାରୁ ଆରମ୍ଭ କରି ଜିଲ୍ଲା ହସ୍ପିଟାଲ ପର୍ୟ୍ୟନ୍ତ ୫ଟି ରେ ସଂଯୋଗ କରି ହସ୍ପିଟାଲର ଉନ୍ନତି କରଣ କରୁଛନ୍ତି ରାଜ୍ୟ ସରକାର । କିନ୍ତୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି । ଏହିପରି ମାସ ମାସ ଧରି ଡାକ୍ତର ନ ଥାଉଣୁ ଚାଲିଛି ଡାକ୍ତରଖାନା । ନାମକୁ ମାତ୍ର । ଜଣେ ମାତ୍ର ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟ କେନ୍ଦ୍ର । ରଗି ଆସି ଠିକରେ ସେବା ନ ପାଇ ଫେରିଯାଉଛନ୍ତି । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ କାକିରିଗୁମା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ଉକ୍ତ କେନ୍ଦ୍ର ଉପରେ ନିର୍ଭର କରନ୍ତି ତୁନପାର, ଭିତରଗଡ, ଗୌଡ଼ଗୁଡା, କାକିରିଗୁମା ଓ କୁସୁମଗୁଡା ୬ଟି ପଞ୍ଚାୟତର ହଜାର ହଜାର ଲୋକ । ଏହି ଅଞ୍ଚଳରେ ମେଲେରୀଆ, ଝାଡ଼ାବାନ୍ତି, ଦୁର୍ଘଟଣା ଲୋକମାନେ ଅଧିକ ଆକ୍ରାନ୍ତ ହୋଇଥାନ୍ତି ।

୩୨୬ ନଂ ଜାତୀୟ ରାଜପଥରେ ଦିନକୁ ଦିନ ସହ ସହ ଗାଡି ଚଳାଚଳ କରିବା ଫଳରେ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଏପରିକି କୋଡ଼ିଙ୍ଗା ମଳି ବକ୍ସାଇଡ଼ ମାଟି ପରିବହନ ପାଇଁ ସହ ସହ ଦଗୀ ଚାଳିବା ଜଗୁ ଦୁର୍ଘଟଣା ବଫାହିବାରେ ଲାଗିଛି । ଡାକ୍ତର ନ ଥିବାରୁ ଜରୁରୀ କାଳୀନ ପରିସ୍ଥିତିରେ ରୋଗୀମାନଙ୍କୁ ୪୦ କିଲୋମିଟର କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠେଇ ଦିଆଯାଉଛି । କୋରାପୁଟ ହସ୍ପିଟାଲ ନେବା ମଧ୍ୟରେ ଅନେକ ରୋଗୀଙ୍କ ଜୀବନ ହାନି ହୋଇଥିବା ଦୃଷ୍ଟିଗଚର ହଇଛି । ଜରୁରୀ କାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ସେବା ମଧ୍ୟ ମିଳୁନଥିବା ଦେଖିବାକୁ ମିଳୁଛି । ଶବ ବ୍ୟବଛେଦ ପାଇଁ ଲକ୍ଷ୍ମୀପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ କୋରାପୁଟ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ିଥାଏ । କାକିରିଗୁମା ପିଏଚସିରେ ଡାକ୍ତର ନ ଥିବାରୁ ପ୍ରସୂତି ମହିଳା ଓ ଶିଶୁମାନଙ୍କ ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ଭାବେ କୋରାପୁଟ ହସ୍ପିଟାଲକୁ ହି ନିର୍ଭର
କରନ୍ତି ଅଞ୍ଚଳବାସୀ ।

କାକିରିଗୁମା ଅଞ୍ଚଳରୁ କୋଟି କୋଟି ଟଙ୍କା ରାଜସ୍ୱ ରାଜ୍ୟ ସରକାର ନେଉଛନ୍ତି କିନ୍ତୁ ଡାକ୍ତର ଟିଏ ଦେଇପାରୁନାହାନ୍ତି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଉକ୍ତ ହସ୍ପିଟାଲ ଏକ ରେଫେର ହସ୍ପିଟାଲ ହୋଇଯାଇଛି । ଯାହାବି ହେଲେ କୋରାପୁଟ ହସ୍ପିଟାଲକୁ ରେଫେର କରିଦେଉଛନ୍ତି । ଆମ୍ବୁଲାନ୍ସ ସେବବି ଠିକ ରହୁନି ବୋଲି କାକିରିଗୁମା ସରପଞ୍ଚ କୃଷ୍ଣ ସାଉଁତା ପ୍ରକାଶ କରିଛନ୍ତି । ଉକ୍ତ ବିଷୟରେ ବାରମ୍ବାର ସ୍ଥାନୀୟ ବିଡ଼ିଓ ଓ ଗ୍ରୀଭିଆନ୍ସରେ ଅଭିଯୋଗ କରିଲେବି କୌଣସି ସୁଫଳ ମିଳିନି ବୋଲି ସ୍ଥାନୀୟ ବାସିନ୍ଦା ତଥା ସମାଜ ସବି ଟୁକୁନା ବିଶୋଇ କହିଛନ୍ତି ।

କଷ୍ଟେ ମଷ୍ଟେ କାମଚଳାରେ ପିଏଚସିକୁ ଚଳେଇଛନ୍ତି ଫାର୍ମାସିଷ୍ଟ । ଉକ୍ତ ହସ୍ପିଟାଲରେ ସୁଇପର କରୁଛନ୍ତି ଅଟେଣ୍ଡାର କାମ । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଫାର୍ମାସିଷ୍ଟ, ଦୁଇଜଣ ଷ୍ଟାଫନର୍ସ, ଦୁଇଜଣ ସୁଇପର ଓ ଜଣେ ସିକୁରୀଟିଗାଡ଼ ମୋଟ ୬ ଜଣରେ ଚାଲିଛି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର । ଡାକ୍ତର ଦେବାପାଇଁ ଲକ୍ଷ୍ମୀପୁର ଇନ ଚାର୍ଜ ନବକିଶୋର କୁଣ୍ଡୁଙ୍କୁ ଅବଗତ କରାଯାଇଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ଡାକ୍ତର ଦେଇନାହାନ୍ତି ବୋଲି ଫାର୍ମାସିଷ୍ଟ ପିକେ ସାହୁ ପ୍ରକାଶ କରିଛନ୍ତି । ମୋ ଉପରେ କିଛି ନାହିଁ, ସରକାର ଦେଲେ ସିନା ରଖିବି ଡାକ୍ତର ବୋଲି ଡ଼. ନବକିଶର କୁଣ୍ଡୁ ପ୍ରକାଶ କରିଛନ୍ତି । ଯଥା ଶୀଘ୍ର ସ୍ୱାସ୍ଥ୍ୟ ଅବସ୍ଥା ଠିକ କରାଯିବ ବୋଲି ଲକ୍ଷ୍ମୀପୁର ବିଡ଼ିଓ ପ୍ରୀତିରଞ୍ଜନ ରଥ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.