ମେ ୧୦ରେ ଝାରସୁଗୁଡା ଉପ-ନିର୍ବାଚନ

0 140

ମେ ୧୦ରେ ହେବ ଝାରସୁଗୁଡାରେ ନିର୍ବାଚନ  । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କରିଛନ୍ତି ଏହି ଘୋଷଣା  । ଦେଶରେ ହେବାକୁ ଥିବା ସମସ୍ତ ଉପ-ନିର୍ବାଚନ ତଥା ସଂସଦୀୟ କ୍ଷେତ୍ର ଏବଂ ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ହେବ ନିର୍ବାଚନ  । ୪ଟି ବିଧାନସଭା ଏବଂ ଗୋଟିଏ ସଂସଦୀୟ କ୍ଷେତ୍ରରେ ଅନୁଷ୍ଠିତ ହେବ ଉପ-ନିର୍ବାଚନ  ।

ସ୍ୱର୍ଗତ ନବକିଶୋର ଦାସଙ୍କ ବିୟୋଗ ପରେ ଖାଲି ପଡିଥିଲା ଝାରସୁଗୁଡା ଆସନ  ।  ଜାନୁଆରି ୨୯ ତାରିଖରେ ନବକିଶୋର ଦାସଙ୍କୁ ହତ୍ୟା କରିଥିଲା ଗୋପାଳ ଦାସ। ସୂଚନା ମୁତାବକ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୧ଲକ୍ଷ ୯୭ହଜାରରୁ ଅଧିକ ଭୋଟର ରହିଛନ୍ତି । ଏଥିରେ ଝାରସୁଗୁଡ଼ା, କିରିମିରା, ଲଇକେରା, କୋଲାବିରା ବ୍ଲକ ରହିଛି।

୨୦୦୯ରୁ ସ୍ୱର୍ଗତ ନବକିଶୋର ଦାସ ଝାରସୁଗୁଡ଼ାରୁ ନିର୍ବାଚିତ ହୋଇଥିଲେ। ଦୁଇଥର କଂଗ୍ରେସ ଓ ଥରେ ବିଜେଡି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ସ୍ୱର୍ଗତ ନବ କିଶୋର ଦାସ ୯୮ ହାଜରରୁ ଅଧିକ ଭୋଟ ପାଇଥିଲେ  । ଏହା ସହ ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ୪୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ନବକିଶୋର ଦାସ।

Leave A Reply

Your email address will not be published.