ମହାନଦୀ ଜଳ ବିବାଦ ନେଇ ବିଧାନସଭାରେ ବିବୃତି ରଖିଲେ ମନ୍ତ୍ରୀ ଟୁକୁନି ସାହୁ

0 129

ଭୁବନେଶ୍ବର: ଏକତରଫା ଓ ବେଆଇନ ଭାବେ ମହାନଦୀ ପାଣିକୁ ଛତିଶଗଡ଼ ଅଟକାଇବା ମହାନଦୀ ଜଳ ବିବାଦର ମୂଳ କାରଣ । ମହାନଦୀ ଜଳ ବିବାଦ ନେଇ ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଏହି ବିବୃତି ରଖିଛନ୍ତି । ୨୭ ଦଶମିକ ୪୮ ନିୟୁତ ଏକର ଫୁଟ ପାଣିକୁ ବ୍ୟବହାର କରୁଛି ଛତିଶଗଡ଼ ।

ଓଡ଼ିଶାକୁ ଅଣ- ମୌସୁମୀରେ ୨ ନିୟୁତ ଏକର ଫୁଟ ଜଳ ଦେବା ପାଇଁ ଛତିଶଗଡ଼ ସରକାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା କାର୍ଯ୍ୟକାରୀ ହେଉନି । ଛତିଶଗଡ଼ରେ ୬ଟି ବିଶାଳ ଶିଳ୍ପଭିତ୍ତିକ ବ୍ୟାରେଜ କରି ପାଣି ଅବରୋଧ କରାଯାଉଛି ।

ଅଣ- ମୌସୁମୀ ସମୟରେ କମୁଛି ଜଳ ପ୍ରବାହ। ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଏ ନେଇ ଅବଗତ କରିଥିଲେ । ଓଡିଶା ପାଇଁ ୨ ନିୟୁତ ଏକର ଫୁଟ ପାଣି ଛାଡ଼ିବାକୁ କହିଥିଲେ । ଏ ନେଇ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ବି କୌଣସି ସୁଫଳ ମିଳିନାହିଁ । ଏବେ ଟ୍ରିବ୍ୟୁନାଲରେ ମାମଲା ବିଚାରାଧୀନ ଅଛି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ସମସ୍ତେ ସହଯୋଗ କରିବାକୁ ଜଳସମ୍ପଦ ମନ୍ତ୍ରୀ ଟକୁନି ସାହୁ ବିଧାନସଭାରେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.